ଏସ.କେ.ସି.ଜି ମହାବିଦ୍ୟାଳୟ ପୁରାତନ ଛାତ୍ର ସ˚ସଦର ବୈଠକ, ସ˚ଗଠନକୁ ପୁନଃ ସକ୍ରିୟ କରିବା ପାଇଁ ଆଲୋଚନା  

ପାରଳାଖେମୁଣ୍ତି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରସ˚ସଦର ଏକ ଜରୁରୀ କାଳୀନ ବୈଠକ ପୋଷ୍ଟ ଅଫିସ ରାସ୍ତାରେ ଅବସ୍ଥାପିତ ଗନ୍ତାୟତ ଭିଲାରେ ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଡକ୍ଟର ଶଙ୍କର ବକ୍ସି , କାର୍ଯ୍ୟକାରୀ ସଭାପତି ଡକ୍ଟର ନାସିର ବେଗ , ବରିଷ୍ଟ ସଦସ୍ୟ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ହରିମୋହନ ପଟ୍ଟନାୟକ , ଆଇନଜୀବୀ ହୀରାଚାନ୍ଦ ପଟ୍ଟନାୟକ , ବସନ୍ତ ପଣ୍ତା , ପ୍ରଭାତ ପାତ୍ର , ଗଣେଶ ରାଜୁ , ଅମୁଲ୍ୟ ପାଣିଗ୍ରାହୀ , ଜି.ଏନ ପଣ୍ତା , ଦେବାଶିଷ ପାଢୀ , ପ୍ରଦୀପ କୁମାର ପାଢୀ  ଏବଂ ଶ୍ରୀକାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

ଡକ୍ଟର ଶଙ୍କର ବକ୍ସି ସୂଚନା ଦେଇଥିଲେ କି ବିଗତ ୫ ବର୍ଷ ଧରି ଏସ.କେ.ସି.ଜି ମହାବିଦ୍ୟାଳୟର କର୍ତ୍ତୃପକ୍ଷ ପୁରାତନ ଛାତ୍ର ସ˚ସଦ ପରିଚାଳନାରେ ବାଧା ସୃଷ୍ଟି କରୁଛନ୍ତି। ଏହି ଅନୁଷ୍ଠାନର ନିୟମିତ ବୈଠକ ଏବ˚ ସାଧାରଣ ସଭା ଆୟୋଜନ ପାଇଁ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଅନୁମତି ନ ଦେବା ଏବ˚ ସମସ୍ୟା ସୃଷ୍ଟି କରିବା ଯୋଜନାକୁ ନିନ୍ଦା କରିଥିଲେ ଉପସ୍ଥିତ ପୁରାତନ ଛାତ୍ରମାନେ। ୟୁଜିସିର ନିୟମ ଅନୁସାରେ ପ୍ରତ୍ୟେକ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସ˚ସଦ ନିୟମିତ ଭାବେ କାର୍ଯ୍ୟକରିବା ପାଇଁ ନିୟମାବଳୀ ରହିଛି। ଏହାକୁ ଉପେକ୍ଷା କରୁଛନ୍ତି ଏସ.କେ.ସି.ଜି ମହାବିଦ୍ୟାଳୟର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ।
ଆଇନଜୀବୀ ହୀରାଚାନ୍ଦ ପଟ୍ଟନାୟକ ତଥ୍ୟ ଉପସ୍ଥାପନ କରି କହିଥିଲେ କି ୨୦୧୫ ମସିହାରେ ତତକାଳୀନ ଅଧ୍ୟକ୍ଷ ଡକ୍ଟର ଉମେଶ ସାହୁ ପୁରାତନ ଛାତ୍ର ସ˚ସଦର ଜମା ଖାତାରୁ ୧.୯୦ ଲକ୍ଷ ଟଙ୍କା ଅନୁମତି ନଥାଇ ଉଠାଇଛନ୍ତି । ଏହି ସମ୍ବନ୍ଧରେ ତତକାଳୀନ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳକ , ତତକାଳୀନ ଅଧ୍ୟକ୍ଷ ଏବ˚ ଆଉଜଣେ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ସ୍ଥାନୀୟ ଅଦାଲତରେ ମକଦ୍ଦମା ରୁଜୁ କରାଯାଇଛି। ସେହିପରି କଲେଜ ପରିସର ମଧ୍ୟରେ ଥିବା ପୁରାତନ ଛାତ୍ର ସ˚ସଦର ଅତିଥି ଭବନକୁ କଲେଜ କର୍ତ୍ତୃପକ୍ଷ ଜବରଦଖଲ କରିଥିବା ନେଇ ଆଉ ଏକ ମକଦ୍ଦମା ରୁଜୁ ହୋଇଥିବା ଆଲୋଚନା ହୋଇଥିଲା ।

ପୁରାତନ ଛାତ୍ର ସ˚ସଦର ସଦସ୍ୟମାନେ ମହାବିଦ୍ୟାଳୟର ଉନ୍ନତି, ଶିକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ଏବ˚ ନିୟମିତ ବୈଠକ କରି ବନ୍ଧୁମିଳନ ଆୟୋଜନ କରିବା ଦିଗରେ କାର୍ଯ୍ୟ କରୁଛି । କେଉଁ କାରଣରୁ କଲେଜ କର୍ତ୍ତୃପକ୍ଷ ଏହି ଅନୁଷ୍ଠାନର ପରିଚାଳନାରେ ସମସ୍ୟା ସୃଷ୍ଟି  କରୁଛନ୍ତି ଏହାର ଉତ୍ତର ପାଇଁ ଅନୁଧ୍ୟାନ କରାଯାଇଥିଲା । ପୁରାତନ ଛାତ୍ର ସ˚ସଦର ବରିଷ୍ଟ ସଦସ୍ୟ  ରାମଚନ୍ଦ୍ର ମହାରଣା , ପ୍ରଶାନ୍ତ କୁମାର ପଟ୍ଟନାୟକ , ବଟକୃଷ୍ଣ ପାତ୍ର , ମିନାକ୍ଷୀ ସାହୁ , ଆଇନଜୀବୀ ପ୍ରଦୀପ କୁମାର ପାଢୀ , ରବି ନାରାୟଣ ପାଢୀ ଓ ତିରୁପତି ପାଢୀଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଦସ୍ୟମାନେ ପ୍ରତିମାସରେ ବୈଠକ କରି ପୁରାତନ ଛାତ୍ର ସ˚ସଦକୁ ପୁନଃ ସକ୍ରିୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧିତ ଖବର