ସୋରଡ଼ ଗୁଳିକାଣ୍ଡ ମାମଲା:ଗାଁରେ ପହଞ୍ଚିଲା ଶବ, ଶୋକାକୁଳ ପରିବେଶ

ଭଂଜନଗର: ଦୁର୍ବୃତ୍ତଙ୍କ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ବୁଗୁଡ଼ା ଥାନା ଏ.କରଡ଼ାବାଡ଼ି ପଞ୍ଚାୟତ ସରପଞ୍ଚ ଖଦାଳ ପ୍ରଧାନଙ୍କ ପୁଅ ସରୋଜଙ୍କ ଶବ ଆଜି ସୋରଡ଼ ଗ୍ରାମରେ ପହଞ୍ଚିଛି। ଗତକାଲି ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସରୋଜ ପ୍ରାଣ ହରାଇଥିଲେ। ବ୍ୟବଚ୍ଛେଦ ପରେ ଶବ ଆଜି ସକାଳେ ସୋଡ଼କ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁରେ ଉତ୍ତେଜନାକୁ ଆଖି ଆଗରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ତେବେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ବର୍ତମାନ ସୁଦ୍ଧା ଏହି ମାମଲାରେ ପୁଲିସ କାହାରିକୁ ଗିରଫ କରିପାରିନି। ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଥିବା ନେଇ ଭଂଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି । ରାଜନୈତିକ ଶତ୍ରୁତା ଓ ଗୋଷ୍ଠୀ କନ୍ଦଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଅଭିଯୁକ୍ତ ଧରା ପଡ଼ିବା ପରେ ବହୁ ଗୁଢ ରହସ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

ସମ୍ବନ୍ଧିତ ଖବର