ପାରଳାଖେମୁଣ୍ଡି (ସଜିତ ବିଷୋୟୀ):ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ପାଡୁ ନିକଟ ମେଲିଆପୁଟି ମଣ୍ଡଳର ଗଙ୍ଗାରାଜୁପୁରମ ରାଜଯୋଗ ଗ୍ରାନାଇଟି ଖଣିରେ ଆଜି ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଅନ୍ୟ ୩ଜଣ ଗୁରୁତର ଅଛନ୍ତି। ଶ୍ରମିକମାନେ କୁଆଁରିରେ କାମ କରୁଥିବା ବେଳେ ବିସ୍ଫୋରଣ ଘଟିଛି। ମୃତକମାନେ ହେଲେ ରାଜସ୍ଥାନର ହେମରାଜ ମେଘୱାଲ (୨୫), ବିହାରର ଶ୍ରବଣ କୁମାର (୪୫) ଓ ମଧ୍ୟପ୍ରଦେଶର ପିଣ୍ଟୁ। ୩ ଗୁରୁତର ଶ୍ରମିକଙ୍କର ପରିଚୟ ମିଳିନାହିଁ।
ଆଜି ଅପରାହ୍ନ ୪ରେ ପଥର କୁଆଁରିରେ ବିସ୍ଫୋରଣ ପାଇଁ ସବୁ ସରଞ୍ଜାମ ଯୋଗାଡ କରି ରଖିଥିବା ବେଳେ ହଠାତ ବର୍ଷା ଆସିଥିଲା। ଫଳରେ ଶ୍ରମିକମାନେ ଜିନିଷପତ୍ର ଏଣେତେଣେ ରଖି ସେଠାରୁ ଚାଲି ଯାଇଥିଲେ। କିନ୍ତୁ ସେହି ସମୟରେ ବଜ୍ରାଘାତ ହେବାରୁ ବିସ୍ଫୋରଣ ହୋଇ ଦୁର୍ଘଟଣା ଘଟି ଥିବା କୁହାଯାଉଛି।
ତେବେ ଅସାବଧନତା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରଯାଉଛି। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଶ୍ରମିକମାନଙ୍କର ଶରୀରର ଅଧିକାଂଶ ଅଂଶ ଖଣ୍ଡ ବିହାଣ୍ଡିତ ହେବ ସହ ଜଳି ଯାଇଛି। ଖବର ପାଇ ଆନ୍ଧ୍ରପ୍ରଦେଶର ମିଳିଆପୁଟି ପୁଲିସ, ପୁରୁଣାପାଟଣା ତହସିଲଦାର ଓ ଅଗ୍ନିଶମ କର୍ମଚାରୀ ଘଟଣା ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Gajapati
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/07/new-project-10-2025-10-07-21-31-26.jpg)