ପିକ୍‌ନିକ୍ କରିବାକୁ ଯାଇ ତିବ୍ଦତୀୟ ଛାତ୍ର ଭାସିଗଲେ

ରା.ଉଦୟଗିରି : ପିକ୍‌ନିକ୍‌ କରିବାକୁ ଯାଇ ଜଣେ ତିବ୍ଦତୀୟ ଛାତ୍ର ପାଣିରେ ଭାସି ଯାଇଛନ୍ତି। ସେ ହେଉଛନ୍ତି ଜିଗ୍‌ମେ ଡାକ୍ବା।

ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମର କିଛି ତିବ୍ବତୀୟ ଛାତ୍ର ବଣଭୋଜି କରିବାକୁ ମହେନ୍ଦ୍ରଗଡ଼ ଶିବମନ୍ଦିର ନିକଟସ୍ଥ ନାଳ ଆରପାରିକୁ ଯାଇଥିଲେ। ବଣ‌ଭୋଜି ସାରି ଫେରିବା ସମୟରେ ଅଚାନକ ଶ୍ରୀରାମନଦୀରେ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ନିଖୋଜ ନାବାଳକଜଣକ ହେଉଛନ୍ତି ଜିଗ୍‌ମେ ଡାକ୍ବା। ସେ ପାଞ୍ଚଆମ୍ବ ସେଣ୍ଟାଲ୍ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର।

ଜିଗ୍‌ମେ ଭାସିଯିବା ଖବର ମିଳିବା ପରେ ଖସଡ଼ା ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଖୋଜିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହେବା ପରେ ରା.ଉଦୟଗିରି ଦମକଳବାହିନୀକୁ ସୂଚନା ଦିଆଯାଇଥିଲା। କିନ୍ତୁ ଖବର ଲେଖାଯିବା ସୁଦ୍ଧା, ଜିଗ୍‌ମେଙ୍କୁ ଏଯାଏ ଠାବ କରାଯାଇପାରିନି। ସେପଟେ ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ଆସନ୍ତାକାଲି ସକାଳେ ପୁଣି ସନ୍ଧାନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଦମକଳବାହିନୀ ଇନଚାର୍ଜ ରଜନୀକାନ୍ତ ଗୌଡ଼ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର