ରା ଉଦୟଗିରି: ରା ଉଦୟଗିରି ଠାରୁ କେବଳ ୩କିମି ଦୂର ବାଦପୁର ଘାଟିରେ ଆଜି ସକାଳେ ପୁଣି ଏକ ଟ୍ରକ ଦୁର୍ଘଟଣା ଘଟିଛି। ଏହି ୧୮ଚକିଆ ଗାଡ଼ି (ଏପି୩୯ଜେ-୯୫୩୯ )ବିଶାଖାପାଟନମ ଠାରୁ ରା ଉଦୟଗିରି ବ୍ଲକର କୁଆପଡା ସାରଳା ପ୍ରୋଜେକ୍ଟ ଯାଉଥିଲା। ତେବେ ପ୍ରକଳ୍ପ ନିକଟରେ ପହଞ୍ଚିବାର ୨୨ କିଲୋମିଟର ପୂର୍ବରୁ ବାଦପୁର ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

Advertisment

ଡ୍ରାଇଭର ପାଲାଦାରି ନାଗରାଜୁଙ୍କ କହିବାନୁଯାୟୀ ଘାଟି ଗଡୁଥିବା ସମୟରେ ବ୍ରେକ ଫେଲ ହୋଇଯିବାରୁ ସିମେଣ୍ଟ ବୋଝେଇ ଗାଡ଼ିଟି ୫୦ଫୁଟ ତଳକୁ ଖସି ପଡ଼ିଥିଲା। ଚିପୁରୁପଲ୍ଲୀ ନିବାସୀ ଡ୍ରାଇଭର ସୌଭାଗ୍ୟବଶତଃ ଏଥିରେ ବଞ୍ଚିଯାଇଥିବାବେଳେ ଗୁରୁତର ଆଘାତ ହୋଇଛି। ରା।ଉଦୟଗିରି ଆମୁଲାଙ୍କ ଘଟଣାସ୍ଥଳରୁ ଆହତ ଡ୍ରାଇଭରକୁ ଉଦ୍ଧାର କରିଥିଲା।ଡ୍ରାଇଭରଙ୍କୁ ପାରଳାଖେମୁଣ୍ଡି ରେଫର କରାଯାଇଛି। ରା ଉଦୟଗିରି ପୁଲିସ ଘଟଣାର ଛାନବିନ କରୁଛି।

ଏଠାରେ ସୂଚନାଯୋଗ୍ୟ ଯେ ୪ବର୍ଷ ତଳେ ଟିଟିଲି ବାତ୍ୟା ପରେ ମୋହନା ବ୍ଲକକୁ ଯାଉଥିବା କମ୍ବଳ ବୋଝେଇ ଟ୍ରକ ଏହି ସ୍ଥାନରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୩ଜଣ ମୃତ୍ୟୁବରଣ କରିଥିଲେ।