ମୋହନା: ଏହି ବ୍ଳକ ଅନ୍ତର୍ଗତ ଢେପାନାଜୁ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ, ଶାନ୍ତିନଗର ନୂତନ ପ୍ରାଥମିକ ବିଦ୍ୟାଳୟ, କର୍ଚ୍ଚବାଡି ଉପ୍ରା ବିଦ୍ୟାଳୟ, ଚାପଟପଙ୍କା ପ୍ରାଥମିକ ବିଦ୍ୟାଳୟ, ରାଜମା ପ୍ରାଥମିକ ବିଦ୍ୟାଳୟ, କଣ୍ଟେଇକୋଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ୧୪ ଜଣ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଳୟକୁ ନିୟମିତ ଠିକ ସମୟରେ ଊପସ୍ଥିତ ରହୁ ନଥିବା ନେଇ ଏକ ହ୍ବାଟସ୍ ଆପ୍ ମେସେଜ୍ କେହି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଇଥିଲେ। ୟା ଉପରେ ଗଜପତି ଶିକ୍ଷାଧିକାରୀଙ୍କ ମେମୋ ନ˚ ୧୦୩୭୮/୧୧-୧୨-୨୦୧୮ ପ୍ରକାରେ ସମସ୍ତଙ୍କୁ କୈଫିୟତ ମଗାଯାଇଛି ।
ସନ୍ତୋଷଜନକ ଊତ୍ତର ନ ମିଳିଲେ ଡିସେମ୍ବର ମାସର ଦରମା ବନ୍ଦ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ଏଥି ନେଇ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଗତ ଶନିବାର ଦିନ ବିଦ୍ୟାଳୟରେ ସକାଳ ୭ଟା ପର୍ଯ୍ୟନ୍ତ କେହି ପହଁଚି ନଥିଲେ । ତାହା ଵାଟସ ଆପ୍ ମାଧ୍ୟମରେ କେହି ଫୋଟ ସହ ଶିକ୍ଷାଧିକାରୀଙ୍କ ପାଖକୁ ମେସେଜ୍ ପଠାଇଥିବା ବେଳେ କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟତ୍ରୀ ମାନେ କହୁଛନ୍ତି ଯେ ସମସ୍ତେ ନିୟମିତ ବିଦ୍ୟାଳୟରେ ପହଁଚିଛନ୍ତି । ସେହି ଦିନ ସକାଳୁ ମୋହନା ଠାରୁ କର୍ଚ୍ଚବାଡି ପର୍ଯ୍ୟନ୍ତ ସସସ୍ତ ବିଦ୍ୟାଳୟ ଖୋଲାଥିବାର ବ୍ଳକ ଶିକ୍ଷାଧିକାରୀ ଏବ˚ ମଙ୍ଗଳ ସ˚ପ୍ରସାରଣ ଅଧିକାରୀ ଦେଖିଛନ୍ତି । ସେମାନେ କର୍ଚ୍ଚବାଡି ଉପ୍ରା ବିଦ୍ୟାଳୟକୁ ୬ଟା ୩୦ ମିନିଟରେ ପରିଦର୍ଶନରେ ଯାଇଛନ୍ତି । ଏଣୁ, କାରଣ ନଥାଇ କିପରି ଦରମା ବନ୍ଦ କରିବା ପାଇଁ ଚିଠିରେ ଦର୍ଶାଯାଇଛି ବୋଲି କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରଶ୍ନ କରିବା ସହ ଏହା ଆଲୋଚନାର ବିଷୟ ସାଜିଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କୈଫିୟତ୍ ମଗାଯାଇଥିବା ଶିକ୍ଷକ ଏବ˚ ଶିକ୍ଷୟିତ୍ରୀ ମାନେ ଆସନ୍ତା ୨୦ ତାରିଖ ମଧ୍ୟରେ ସନ୍ତୋଷଜନକ ଊତ୍ତର ଯଦି ଦିଅନ୍ତି ତା’ହେଲେ ତାଙ୍କର ଅସୁବିଧା ହେବ ନାହିଁ । ସନ୍ତୋଷଜନକ ଊତ୍ତର ନ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/whatsapp_660_082018015154.jpg)