ଶେରଗଡ଼: ଶେରଗଡ଼ ଥାନା କୁରୁଳା ପଞ୍ଚାୟତ ବାଇଶିପଳ ଗ୍ରାମରେ ପଙ୍ଖାର ଛିଣ୍ଡା ତାର ସଂସ୍ପର୍ଶରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି, ସଜନୀ ପୃଷ୍ଟି (୫୭)। ଘରେ କେହି ନଥିବା ବେଳେ ସଜନୀ ଝାଡ଼ୁ କରୁଥିଲେ। ଏହି ସମୟରେ ତାରର ବିଦ୍ୟୁତ୍ ଆଘାତରେ ସେ ଗୁରୁତର ହେବାରୁ ତାଙ୍କ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଥିବା ବେଳେ ଏନେଇ ଶେରଗଡ଼ ଥାନାରେ କେସ ନମ୍ବର ୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ନେଇ ଏସଆଇ ରଘୁନାଥ ମାଝୀ ସୂଚନା ଦେଇଛନ୍ତି।
ବିଦ୍ୟୁତ ଆଘାତରେ ମହିଳା ମୃତ
/sambad/media/post_attachments/wp-content/uploads/2019/03/electric-current.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)