ବିଶ୍ରାମାଗାରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପାରଳାଖେମୁଣ୍ତି: ସ୍ଥାନୀୟ ପୋଲିସ ଷ୍ଟେସନ ଛକରେ ଥିବା ଏକ ଯାତ୍ରୀ ବିଶ୍ରାମ ସ୍ଥଳୀ(ରେଷ୍ଟ ସେଡ)ରେ ଜଣେ ଅଚିହ୍ନା ମହିଳାଙ୍କ ଶବକୁ ଉଦ୍ଧାର କରିଛି ପୋଲିସ । ସେ ରାତ୍ରୀରୁ ‌ସେଠାରେ ଶୋଇଥିଲେ । ଏଥିପ୍ରତି କେହିବି ଧ୍ୟାନ ଦେଇ ନଥିଲେ । ଆଜି କିଛି ଯୁବକ ମହିଳା ଜଣକ ହଲୁ ନଥିବା ଏବଂ ତାଙ୍କ ମୁଣ୍ତ ବୁଲେଇ ରହିଥିବା ଦେଖି ପାରଳା ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥାଳରେ ପାରଳା ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପାରଳାଖେମୁଣ୍ତି ସ୍ଥାନାନ୍ତର କରିଛନ୍ତି । ଘଟଣାର ଅନୁସନ୍ଧାନ ପୁଲିସ କରୁଥିବା ବେଳେ ହତ୍ୟା ନା ଅନ୍ୟ କିଛି କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ସେ ନେଇ ଖୋଳତାଡ଼ ଚାଲିଛି।

ସମ୍ବନ୍ଧିତ ଖବର