ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି: ପ୍ରଥମେ ପ୍ରେମ। ତାପରେ ବିବାହ କରିବାର ପ୍ରତିଶ୍ରୁତି। ଶାରୀରିକ ସମ୍ପର୍କ ସ୍ଥାପନ ପରେ ଧୋକା ଦେଇ ଫେରାର ହେବା ଘଟଣାରେ ଆଜି ପୁଲିସ ରାୟଗଡ଼ ବ୍ଲକ ସୋରଡ଼ା ଗ୍ରାମର ରାଜା ଗୌଡ଼(୨୦)ଙ୍କୁ ହାଇଦ୍ରାବାଦରୁ ଗିରଫ କରି କୋର୍ଟ ଚାଲାଣ କରିଛି।
୨୦୧୫ ମସିହାରେ ରାଜା ନାବାଳିକା ଜଣକୁ ପ୍ରେମ କରିବା ସହ ବାହା ହେବେ ବୋଲି କହି ଶାରୀରକ ସମ୍ପର୍କ ସ୍ଥାପନ କରିଥିଲେ । ଫଳରେ ଝିଅଟି ଗର୍ଭବତୀ ହୋଇଥିଲେ। ନାବାଳିକା ଜଣକ ଗର୍ଭ ଧାରଣ କରିଥିବା ଜାଣିବା ପରେ ରାଜା ଗର୍ଭ ନଷ୍ଟ କଲେ ହିଁ ବାହା ହେବେ ବୋଲି ତାଗିଦ କରିବାରୁ ନାବାଳିକା ଗର୍ଭ ନଷ୍ଟ କରିଥିଲେ । କିଛି ଦିନର ବ୍ୟବଧାନ ପରେ ରାଜା ତାଙ୍କୁ ନେଇ ଚାଲି ଯାଇଥିଲେ । ଏହାର କିଛି ଦିନ ପରେ ଘରକୁ ଫେରିଥିବା ବେଳେ ଦୁହିଁଙ୍କ ବିବାହକୁ ନେଇ ଦୁଇ ପରିବାରର କେହି ରାଜି ହୋଇ ନଥିଲେ ।

ଘଟଣା ସମ୍ପର୍କରେ ଓ୍ଵାର୍ଡ ମେମ୍ବର ଜାଣିବା ପରେ ନାବାଳିକାଙ୍କ ପରିବାର ସହ ଆଲୋଚନା କରି କିଛଦିନ ମଧ୍ୟରେ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ, ସୁଯୋଗ ଉଣ୍ଡି ରାଜା ହଠାତ୍‌ ଘରୁ କେଉଁ ଆଡ଼େ ଫେରାର ହୋଇ ଯାଇଥିଲେ । ଫଳରେ ବାଧ୍ୟ ହୋଇ ନାବାଳିକା ଜଣକ ରାୟଗଡ଼ ଥାନାରେ ଏତଲା ଦାୟର କରିଥିଲେ । କେସ ନଂ ୬୪/୨୦୧୭ ଦଫା ୩୧୩/୪୧୭/୩୭୬ (୨)(ଆଇ)(ଏନ୍‌), ୬ ପୋସ୍କୋ ଆକ୍ଟ ପ୍ରକାରେ ମକଦ୍ଦମା ରୁଜୁ କରାଯାଇଥିଲା। ରାୟଗଡ଼ ଥାନାଧିକାରୀ ରାଜାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ଏହି ସତନ୍ତ୍ର ଟିମ ରାଜା ହାଇଦ୍ରାବାଦରେ ଲୁଚି ରହିଛି ବୋଲି ଜାଣିବା ପରେ ସେଠାରେ ଚଢ଼ାଉ କରି ଧରିବାରେ ସକ୍ଷମ ହୋଇଥିଲେ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ.ଡି.ପି.ଓ ଠାକୁର ପାତ୍ର ସୂଚନା ଦେଇଥିଲେ । ରାଜା ବର୍ତ୍ତମାନ ଏସ.କେ.ସି.ଜି ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ କଳା ଦ୍ୱିତୀୟ ବର୍ଷର ଛାତ୍ର । ରାୟଗଡ ଥାନା ଏସ.ଆଇ ଆର.କେ ମୁନ୍ନି ତଦନ୍ତ ଭାର ଗ୍ରହଣ କରିଥିବା ପ୍ରକାଶ ।

ସମ୍ବନ୍ଧିତ ଖବର