ପାରଳାଖେମୁଣି: ଗଜପତି ଜିଲ୍ଲାରୁ ୨୩୯୮ ଫଲିଥିନ ରୋଲ ପୁରୀ ଜିଲ୍ଲାକୁ ପ୍ରେରଣ କରାଯାଇଥିବା ସଂପର୍କରେ ଖୋଦ ଜିଲ୍ଲାପାଳ ଅନୁପମ ସାହା ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସାମୁଦ୍ରିକ ଝଡ଼ ଫନି ପରେ ବିପନ୍ନ ଲୋକଙ୍କର ସହାୟତା ପାଇଁ ଏହି ପଲିଥିନ ଗୁଡ଼ିକ ରିଲିଫ ଆକାରରେ ଦିଆଯିବ। ବାତ୍ୟା ଗଜପତି ଜିଲ୍ଲାରେ ପ୍ରଭାବ ପକାଇବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପୂର୍ବ ପ୍ରସ୍ତୃତି ସ୍ୱରପ ଆବଶ୍ୟକ ଫଲିଥିନ ଗଚ୍ଛିିତ ରଖିଥିଲେ। ଅପରପକ୍ଷରେ ଜିଲ୍ଲାରେ ବାତ୍ୟାର କୈାଣସି ପ୍ରଭାବ ପଡ଼ିନଥିବାରୁ ଉକ୍ତ ଫଲିଥିନ ଗୁଡ଼ିକୁ ୧୫ଟି ଟ୍ରକରେ ପୁରୀ ଜିଲ୍ଲାକୁ ପଠାଇ ଦିଆଯାଇଥିବା ନେଇ ଜିଲ୍ଲାପାଳ ଶ୍ରୀ ସାହା ସୂଚନା ଦେଇଛନ୍ତି।
ଗଜପତି ଜିଲ୍ଲାରୁ ପୁରୀ ପଠାଗଲା ୨୩୯୮ ରୋଲ ପଲିଥିନ
/sambad/media/post_attachments/wp-content/uploads/2019/05/transparent-polythen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)