ରାସ୍ତାକୁ ଓହ୍ଲେଇଲା ଗାଁ ସାଥି, ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ 

କୋରାପୁଟ : ସରକାରଙ୍କ ବିରୋଧରେ ଆଜି ରାଜରାସ୍ଥାକୁ ଓହ୍ଲେଇଛନ୍ତି ଗାଁ ସାଥି। ଗ୍ରାମାଞ୍ଚଳରେ କାମ କରୁଥିବାବେଳେ ସେମାନଙ୍କୁ ସରକାର ଗୁରୁତ୍ବ ଦେଉ ନାହାନ୍ତି। ସେମାନଙ୍କ ବଦଳରେ ଏସଏସଜିଙ୍କୁ କାର୍ଯ୍ୟ କରିବାକୁ କହୁଛନ୍ତି। ଫଳରେ ଜୀବନଜୀବିକା ସଙ୍କଟରେ ପଡିଥିବା ଦର୍ଶାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେଶ୍ୟରେ ଦାବିପତ୍ର ଦେଇଛନ୍ତି ଗାଁ ସାଥି ସଂଘ।

କୋରାପୁଟ ଜିଲ୍ଲାରେ କାମ କରୁଥିବା ୧୪୦୦ ଗାଁ ସାଥିଙ୍କୁ ତୁରନ୍ତ ଚାକିରୀରେ ନିୟମିତ କରାଯାଉ, ନଚେତ ଆଗାମୀ ପଂଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରି ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ଗାଁ ସାଥି ସଂଘ । ମନରେଗାକୁ କାର୍ଯ୍ୟକାରୀ ପାଇଁ ପଂଚାୟତରେ ଗାଁ ସାଥି ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ଗତ ୧୩ବର୍ଷ ଧରି କାମ କରି ଆସୁଥିବା ବେଳେ ଅଦାଲତର ନିର୍ଦ୍ଦେଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁ ନ ଥିବାରୁ ଦୁଶ୍ଚିନ୍ତାରେ ଜୀବନ କାଟୁଛନ୍ତି ବୋଲି କହିଛନ୍ତି। ରାଜ୍ୟ ସରକାର ତୁରନ୍ତ ଚାକିରୀରେ ସେମାନଙ୍କୁ ନିୟମିତ କରିବାକୁ ଅନୁରୋଧ କରିଛନ୍ତି । ଦାବିପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବୁ ବୋଲି ଗାଁ ସାଥି ସଂଘ କହିଛନ୍ତି । ରାଜ୍ୟ ପଂଚାୟତ ରାଜ ବିଭାଗ ଗାଁ ସାଥି ମାନଙ୍କ କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ମାନଙ୍କ ହାତକୁ ଟେକି ଦେଲେ । ସେଥିପାଇଁ ସଂଘ ତରଫରୁ ତିବ୍ର ବିରୋଧ କରାଯାଉଛି । ଗାଁ ସାଥି ଙ୍କୁ ୨୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ, ମନରେଗାରେ କାର୍ଯ୍ୟରତ ଜବକାର୍ଡଧାରୀ ମାନଙ୍କୁ ୧୦୦ ଦିନ ପରିବର୍ତେ ୨୦୦ଦିନର ପ୍ରାପ୍ୟ,ଦୈନିକ ମଜୁରୀ ୨୧୫ ଟଙ୍କାରୁ ୩୦୦ଟଙ୍କାକୁ ବୃଦ୍ଧି ଭଳି ଦାବି ଆଜି ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋରାପୁଟ ଜିଲ୍ଲା ଗାଁ ସାଥି ସଂଘ ୪ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର