ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଗଣେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖା ଦେଉଥିବାବେଳେ ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଡ କରିବା କାଠିକର ପାଠ ହୋଇଯାଉଛି। ସଦ୍ୟତମ ଘଟଣାକ୍ରମରେ ନୂଆଗୁଡା ସାହିର ପରେମେଶ୍ବର ବାଗଙ୍କ ୬ ମାସର ଝିଅ ପ୍ରେନା ବାଗଙ୍କୁ ଭୀଷଣ ଜ୍ବର ହେବାରୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତେବେ ପ୍ରେନା ବାଗଙ୍କୁ ଏବି ପୋଜିଟିଭ ରକ୍ତ ଦରକାର ପଡୁଥିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ତେବେ ନୂଆଗୁଡାର ହିଁ ଆମ ଆଦମୀ ପାର୍ଟିର ସକ୍ରିୟ ସଭ୍ୟ ଗଣେଶ କଚିମ ରକ୍ତ ଦେବା ପାଇଁ ଆଗେଇ ଆସିଥିଲେ।ତେବେ ଏଥିରେ ଆମ ଆଦମୀ ପାର୍ଟିର ବରିଷ୍ଠ କର୍ମୀ କେ.ଦେଶୀରାଜୁ ଆଚାରୀଙ୍କ ପ୍ରମୁଖ ଭୁମିକା ରହିଥିଲା।

ଗଣେଶ ପ୍ରେନାଙ୍କୁ ରକ୍ତ ଦେଇ ତାଙ୍କ ଜୀବନ ବଞ୍ଚାଇଥିବାରୁ ପାର୍ଟି ତରଫରୁ ଏବଂ ସାଧାରଣରେ ଗଣେଶଙ୍କୁ ପ୍ରଶଂସା କରାଯାଇଛି।ଏପରିକି ଗଣେଶ ନିଜର ବିବାହ ଦିନ ନିଜ ପତ୍ନୀଙ୍କ ସହ ରକ୍ତଦାନ କରି ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ।ଯାହାକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର