ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମଗିରି: ପୂର୍ବ ଶତ୍ରୁତାକୁ ନେଇ  ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଅନ୍ୟ ଜଣେ ଯୁବକ ହାଣିଥିବା ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବ୍ରହ୍ମଗିରି ଥାନା ବଡବେଣାକୁଦି ଗାଁର ପ୍ରଦୀପ ପୂଜାରୀ ଆଜି ମଧ୍ୟାହ୍ନରେ ପୁରୀ-ସାତପଡା ରାଜପଥର ଫ୍ୟାକ୍ଟି ଛକରେ ଛିଡା ହୋଇଥିବାବେଳେ ହଠାତ୍‌ ସେହି ଗାଁର ହେମନ୍ତ ବାରିକ ନାମକ ଜଣେ ଯୁବକ ଏକ ଖଣ୍ଡାରେ ତାଙ୍କୁ ମରଣଶନ୍ତକ ଆକ୍ରମଣ କରିଥିବା ପ୍ରଦୀପ ଥାନାରେ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ପ୍ରଦୀପ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ସମ୍ବନ୍ଧିତ ଖବର