ଘୁ. ଉଦୟଗିରି:  ମହିଳା ହୋମଗାର୍ଡଙ୍କୁ ଟେକି ନେଇ ଗଣଦୁଷ୍କର୍ମ କଲେ ଯବାନ, ଏପିଆର କନ୍‌ଷ୍ଟେବଳ

ଘୁ. ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଅଞ୍ଚଳରେ ଜଣେ ମହିଳା ଗୃହରକ୍ଷୀଙ୍କୁ ବିହାର ରେଜିମେଣ୍ଟର ଜଣେ ଯବାନ ଓ ଜଣେ ଏପିଆର କନଷ୍ଟେବଳ ଘରୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ  ପୁଲିସ ଏକ ମାମଲା ରୁଜୁ କରି  ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଘୁ . ଉଦୟଗିରି ଥାନା ଇନସପେକ୍ଟର ବାଳକୃଷ୍ଣ କହଁରଙ୍କ ଠାରୁ ପ୍ରକାଶ ଯେ,ସହରର ତେଲିସାହିରେ ଜଣେ ମହିଳା ଗୃହରକ୍ଷୀ ଘର ଭଡ଼ା ନେଇ ରହୁଛନ୍ତି। ଗତକାଲି ମଧ୍ୟ ରାତ୍ରୀରେ ମହିଳା ଗୃହରକ୍ଷୀ ଏକୁଟିଆ ଘରେ ଥିବା ବେଳେ ଟୁଲୁ ପ୍ରଧାନ ନାମକ ଜଣେ ଯୁବକ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହିତ  ତାଙ୍କ ଘରେ ପଶି ତାଙ୍କୁ ଯୋର ଜବରଦସ୍ତ ଛାତ ଉପରକୁ ଟେକି ନେଇ  ଗଣ ଦୁଷ୍କର୍ମ କରିଛନ୍ତି। ଏ ନେଇ ମହିଳା ଗୃହରକ୍ଷୀଜଣକୁ ଲିଖିତ ଅଭିଯୋଗ କରିବା ପରେ ଘୁ ଉଦୟଗିରି ଥାନାରେ ଦଫା ୪୪୮,୩୪୧,୩୨୩,୩୫୪.୩୭୬,୧୧୪. ୫୦୬ ଓ୩୪ରେ ୫୦/୧୮ ନମ୍ବର ମାମଲା ରୁଜୁ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯିବା ସହିତ ମହିଳା ଗୃହରକ୍ଷୀଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି। ଅଭିଯକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ଏପିଆର କନଷ୍ଟେବଳ ଥିବା ବେଳେ ଅନ୍ୟ ଜଣେ ବିହାର ରେଜିମେଣ୍ଟର ଯବାନ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର