କେନ୍ଦ୍ରାପଡ଼ା: ଟେଣ୍ଡର ଫିକ୍ସିଂ ମାମଲାରେ ରାଜନଗର ଜେଏମଏଫସିଙ୍କ କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟର ଟିଟୋ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋକୁ ଆଜି ଟେଣ୍ଡର ଫିକ୍ସିଂ ମାମଲାରେ ଏସଟିଏଫ ପକ୍ଷରୁ ରାଜଗନର ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଛି। ଟେଣ୍ଡର ଫିକ୍ସିଂ ମାମଲାରେ ଟିଟୋ ଓ ତାର ସହଯୋଗୀମାନଙ୍କ ବିରୋଧରେ ଏସଟିଏଫ ଏକ ମାମଲା ରୁଜୁ କରିବା ସହିତ ଗତ ୧୮ତାରିଖ ଦିନ ଟିଟୋର ୪ ଜଣ ସହଯୋଗୀଙ୍କୁ କଟକରୁ ଗିରଫ କରିଥିଲା ଏସଟିଏଫ। ବିଶେଷ କରି ରାଜଗନର ଅଞ୍ଚଳରେ ଡ୍ରେନେଜ୍‌ ବିଭାଗର ୭ କୋଟି ଟଙ୍କାର ଏକ ଠିକା କାମରେ ରାଜନଗରର ବୁଢ଼ା ଲେଙ୍କା ନାମକ ଜଣେ ଠିକାଦାରଙ୍କ ଠାରୁ ଟିଟୋ ଓ ତାର ସହଯୋଗୀମାନେ ୭୦ଲକ୍ଷ ଟଙ୍କା ଦାଦାବଟି ମାଗି ଧମକଚମକ ଦେଉଥିବା ନେଇ ଏସଟିଏଫ ନିକଟରେ ଅଭିଯୋଗ ହୋଇଥିିଲା ଏହି ଘଟଣାରେ ଗିରଫ ହୋଇଥିବା ଟିଟୋର ୪ ଜଣ ସହଯୋଗୀଙ୍କ ଜାମିନ ଆବେଦନକୁ ରାଜନଗର ଜେଏମଏଫସି ଖାରଜ କରି ଦେଇଥିଲେ। ଅଭିଯୁକ୍ତମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ପରିପ୍ରେକ୍ଷୀରେ ଟେଣ୍ଡର ଫିକ୍ସିଂର ମାଷ୍ଟର ମାଇଣ୍ଡ କୁହାଯାଉଥିିବା ଟିଟୋକୁ ଆଜି କୋର୍ଟରେ ହାଜର କରାଯାଇଛିି।


ଅପରପକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ଅଧିକାରୀ ଟିଟୋକୁ ଅବାଞ୍ଛିତ ଅନୁଗ୍ରହ ଦେଖାଇଥିିବାରୁ ସେମାନଙ୍କ ବିରୋଧରେ ତଦନ୍ତ କରିବା ପାଇଁ ଏସଟିଏଫ ଭିଜିଲାନ୍ସକୁ ଚିଠି ଲେଖିବା ପରେ ଆଜି ଭିଜିଲାନ୍ସର ୪ଟି ଟିମ୍‌ ଏକକାଳୀନ କେନ୍ଦ୍ରାପଡ଼ା ଓ ଡେରାବିଶ୍‌ ବ୍ଲକ୍‌, ତହସିଲ ଓ ସବ୍‌ରେଜିଷ୍ଟାର ଅଫିସରେ ଯାଞ୍ଚ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର