ଜୟପୁର: କୋରାପୁଟ ଜିଲ୍ଲା ପୁଲିସ ଗତ କିଛି ଦିନ ହେବ ବ୍ୟାପକ ଭାବେ ସବୁଜ ଜହର(ଗଞ୍ଜେଇ) ଜବତ କରିବା ସହ ଚାଲାଣକାରୀଙ୍କୁ ଧରି ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଚାଲାଣକାରୀମାନେ ପୁଲିସ ହାତରେ ଧରା ନ ପଡିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି। କେତେବେଳେ ତେଲ ଟ୍ୟାଙ୍କରଠାରୁ ଆରମ୍ଭ କରି ଗାଡ଼ି ପରିବହନ କରୁଥିବା ଟ୍ରକ, ପିଚୁ ବୋଝେଇ ଟ୍ରକ ତ ଆଉ କିଏ ଅଦା, କାଜୁ ଡ଼ବା , ପରିବା ଭ୍ୟାନ ଆଦିରେ ବି ଚାଳାଣ କରୁଛନ୍ତି। କିଛି ସମୟରେ ପୁଲିସକୁ ମିଳୁଥିବା ସୂଚନା ମୁତାବକ ଧରା ପଡ଼ୁଛନ୍ତି ଆଉ କିଛି ଖସି ବିଭିନ୍ନ ଲୁପ ଲାଇନ୍ ଦେଇ ଖସି ପଳାଉଛନ୍ତି। କିଛି ସଠିକ ସୂଚନା ପୁଲିସକୁ ମିଳିବା ପରେ ଚାଲାଣକାରୀ ବି ଧରାପଡ଼ୁଛନ୍ତି। ଏପରି ଘଟଣାକ୍ରମରେ ଗତକାଲି ଦିନ ୨ଟା ୧୩ବେଳେ ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ସବଇନିସପେକ୍ଟର ଏସକେ ପଣ୍ଡାଙ୍କୁ ନେଇ କୋରାପୁଟ-ଜୟପୁରର କୋରାପୁଟ ଘାଟିରେ ଥିବା ଶିବ ମନ୍ଦିର ନିକଟରେ ପହଚିଂଥିଲେ।
ଗୋଟିଏ ନମ୍ବର ବିହୀନ ପିକଅପ ଭ୍ୟାନ ଠିଆ ହୋଇଥିବାବେଳେ ସେଥିରୁ ଗଞ୍ଜେଇ ବସ୍ତା ଓହ୍ଲାଯାଉଥିଲା। ସେଠାରେ ନମ୍ବର ବିହୀନ ସ୍କୁଟି ବି ରହିଥିଲା। ଯେଭଳି ପୁଲିସ ଚଢ଼ାଉ କରିଥିଲା | ଘଟଣାସ୍ଥଳରୁ ତିନି ଜଣ ଦୁର୍ବତ୍ତ ଚମ୍ପଟ ମାରିଥିଲେ। ତେବେ ସେଠାରେ ପୁଲିସକୁ ମିଳିଥିବା ସ୍କୁଟିଟି ଚାଲାଣକାରୀଙ୍କର ସୁରାକ୍ ଯୋଗାଇଥିଲା। ସ୍କୁଟିଟି ଏକମ୍ବା ଅଂଚଳର ଲଲିତ ହରିଜନଙ୍କର ବୋଲି ସୂଚନା ମିଳିଥିବା କହିଛନ୍ତି ସଦରଥାନା ଅଧିକାରୀ ଶ୍ରୀ ମହାକୁର। ଏହି ସବୁଜ ଜହରକୁ ଚନ୍ଦ୍ରୁ ବାଗ ଓ କାର୍ତ୍ତିକ ଲାମା ନାମକ ଦୁଇ ଅଭିଯୁକ୍ତ ଚାଲାଣକାରୀ ଜଲାଫୁଟ ଅଂଚଳରୁ ସଂଗ୍ରହ କରି ଆଣି ଲଲିତଙ୍କୁ ବିକ୍ରୀ କରିଥିଲେ। ଲଲିତ ଏମାନଙ୍କ ଠାରୁ ସଂଗ୍ରହ କରି ନିଜ ସୁବିଧା ମୁତାବକ ବିଭିନ୍ନ ଅନ୍ତଃରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରିବା ଯୋଜନା କରିଥିଲା ବୋଲି କହିଛନ୍ତି ସଦରଥାନା ଅଧିକାରୀ।
/sambad/media/post_attachments/wp-content/uploads/2021/04/jpr-ganja-2-1024x768.jpg)
୫୧ଟି ବସ୍ତାରେ ୧୩୪୪କିଲୋ ଗଞ୍ଜେଇ , ବୋଲେରୋ ପିକଅପ ଭ୍ୟାନ, ଗୋଟିଏ ସ୍କୁଟିକୁ ଜବତ କରାଯାଇଛି ବୋଲି କହିଛନ୍ତି ସଦରଥାନା ଅଧିକାରୀ । ଜବତ ଗଞ୍ଜେଇର ମୂଲ୍ୟ କୋଟିଏ ୩୦ଲକ୍ଷ ହେବ ବୋଲି ସଦରଥାନା ଅଧିକାରୀ କହିଛନ୍ତି। ପ୍ରକାଶଯୋଗ୍ୟ, ଗତ କାଲି ହିଁ ପୁଲିସ ଡିଜିପି କୋରାପୁଟ ଜିଲ୍ଲା ଗସ୍ତରେ ଆସି ଖାସ୍ କରି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବାରେ ପ୍ରମୁଖ ଭୁମିକା ଲାଭ କରିଥିବା ସଦରଥାନା ଅଧିକାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରିଥିଲେ। ଗତକାଲି ପୁରସ୍କାର ପାଇ ଆଉ ଗୋଟିଏ ବଡ଼ ଚାଲାଣକୁ ରୋକିବାରେ ସମର୍ଥ ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ସଦରଥାନା ଅଧିକାରୀଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/jpr-ganja-1.jpg)