ଗଞ୍ଜେଇ ଚୋରା ଚଲାଣ: ୨୨ କେଜି ଗଞ୍ଜେଇ ଜବତ

ଜଣେ ମହିଳାଙ୍କ ସମେତ ୪ ଗିରଫ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଓ ଧର୍ମଗଡ଼ ଅବକାରୀ ବିଭାଗର ଆଜି ଛିଲ୍ପା ନିକଟରେ ଦୁଇଟି ନମ୍ବରବିହୀନ ମଟରସାଇକଲରୁ ୨୨ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛନ୍ତି।

ଘଟଣାରୁ ପ୍ରକାଶ ଆଜି ସକାଳେ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଓ ଧର୍ମଗଡ଼ ବିଭାଗ ଛିଲ୍ପା ନିକଟରେ ଦୁଇଟି ନମ୍ବରବିହନୀ ମଟରସାଇକଲ୍କୁ ଅଟକାଇବା ସହ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ମଟରସାଇକଲ୍ରୁ ୨୨ କେଜି ଗଂଜେଇ ଜବତ କରିଥିଲେ। ଏଥିସହ ମଟରସାଇକଲକୁ ଜବତ କରିବା ସହ ଛତିଶଗଡ଼ ଅଞ୍ଚଳର ବିକାଶ ବୈରାଗୀ, ଛୋଟୁ ସିଂ, ସଞ୍ଜୁ ଉକିଆ ଓ ନଜମା ବେଗମକୁ ଗିରଫ କରିଥିଲେ।

ଏମାନଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଆଜିର ଏହି ଚଢ଼ଉରେ ଉପଅଧୀକ୍ଷକ ଉମାକାନ୍ତ ପ୍ରଧାନ, ଏସ୍ଆଇ ଲଳିତମୋହନ ମିଶ୍ର, ଜିଲ୍ଲା ମୋବାଇଲ୍ ଟିମ୍ ଅଧିକାରୀ ଦିଲୀପ ରଥ, ଧର୍ମଗଡ଼ ଅବକାରୀ ନିରୀକ୍ଷକ ସତ୍ୟନାରାୟଣଦାସ, ଏଏସ୍ଆଇ ବସନ୍ତ ବିଶି, ଅବକାରୀ ବିଭାଗ କର୍ମଚାରୀ ଅଶୋକ ସାହୁ, ପ୍ରତିମା ଗହୀର, ଅରୁଣାକ୍ଷ ଧଙ୍ଗଡ଼ାମାଝୀ, ବିରେନ ମାଝୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର