ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ସଫଳତା । ୧୫୦୧ କେଜି ୨୫୦ଗ୍ରାମ କେଜି ଗଞ୍ଜେଇ ସହ ଜଣେ ଗିରଫ। ଗତକାଲି ରାତିରେ
ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୁଲିସର ଗୋଟିଏ ଟିମ ଆନ୍ଧ୍ର ଓଡିଶା ସୀମା ରେଖାପଲ୍ଲୀ ଦାରାକୋଣ୍ଡା ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଟାଟା ଏସି ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ୫୦ ଟି ଜରି ପେକେଟରେ ଗଂଜେଇ ଭର୍ତି ହୋଇ ରହିଥିବା ଦେଖିଥିଲେ।
ଗାଡି ଡ୍ରାଇଭରକୁ ଗିରଫ କରିବା ସହ ଜବତ ଗଂଜେଇର ଓଜନ ୧୫୦୧ କେଜି ୨୫୦ଗ୍ରାମ ଓ ଏହାର ଆନୁମାନିକ ମୂଲ୍ୟ ଦେଢ଼ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଗଂଜେଇ ଭର୍ତି ଗାଡିଟି ଆନ୍ଧ୍ରପ୍ରଦେଶର ରାଜମନ୍ଦିରକୁ ଯାଉଥିବା ପୁଲିସ ପ୍ରକାଶ କରିଛି । ଗିରଫ ଡ୍ରାଇଭର ଜଣକ ହେଲେ ଏନ ବାଲୁ ପିତା ଦୁର୍ଗା ରାଓ ଘର ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାର ଅମଳାପୁରମର ଠାରେ। ଚିତ୍ରକୋଣ୍ଡା ପୁଲିସ ଟାଟା ଏସି ଗାଡି ଜବତ କରିବା ସହ ଡ୍ରାଇଭରଙ୍କ ନିକଟରୁ ଗୋଟିଏ ମୋବାଇଲ ଓ ୯୫୦ ଟଙ୍କା ଜବତ କରିଛି। ଚିତ୍ରକୋଣ୍ଡା ଥାନା କେଶ ନଂ ୧୨୧/୨୦୨୧ ଅନୁଯାୟୀ ଏକ କେଶ ରୁଜୁ କରାଯାଇ ଗିରଫ ଅଭିଯୁକ୍ତ ଡ୍ରାଇଭରକୁ ମାଲକାନଗିରି କୋର୍ଟରେ ହାଜର କରାଯାଇଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/30f50210-1982-4d52-8d99-91e7b6d8d415.jpg)