୧୨୯ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ଜୟପୁର: କୋରାପୁଟର ଲମତାପୁଟରୁ ହରିୟାଣା ଓ ଦିଲ୍ଲୀ। ରାଜ୍ୟ ବାହାରକୁ ଭୟା ଜୟପୁର ଦେଇ ଚୋରା ଚାଲାଣ ହେଉଥିବା ୧୨୯ କେଜି ୫୦୦ ଗ୍ରାମକୁ ଜୟପୁର ସଦର ପୁଲିସ ବାମୁଣିଗାଁ ନିକଟରେ ଜବତ କରିଥିବାବେଳେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହରିୟାଣା ରାଜ୍ୟ ରୋହତକ୍ ଜିଲ୍ଲା ପକାସ୍ମା ଗାଁର ରମେଶ କୁମାରଙ୍କ ପୁଅ ସନ୍ଦୀପ କୁମାର(୨୭) ଓ ଅନ୍ୟ ଜଣେ ହେଲେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଅନାଜ ମଣ୍ଡି ଅଞ୍ଚଳର ପ୍ରକାଶ ରାଣାଙ୍କ ପୁଅ ବଲବୀର ରାଣା(୩୮)। ସେମାନଙ୍କଠାରୁ ପୁଲିସ ଦୁଇଟି କାର, ଆଧାରକାର୍ଡ, ମୋବାଇଲ, ଡିଏଲ ଓ ଅନ୍ୟ ଜିନିଷପତ୍ର ଜବତ କରିଛି। ପୁଲିସ ୨୩୮/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଲମତାପୁଟରୁ ରାଜ୍ୟ ବାହାରକୁ ଦୁଇଟି ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାନେଇ ଜୟପୁର ସଦର ପୁଲିସକୁ ଖବର ମିଳିଥିଲା। ଏହାପରେ ଓଆଇସି ଆଦିତ୍ୟ ମହାକୂରଙ୍କ ନିର୍ଦ୍ଦେଶକ୍ରସମେ ଏସଆଇ ପି.କେ ମହାନ୍ତି ସଦଳେଏବଳେ ବାମୁଣି ଗାଁ ନିକଟରେ ପହଞ୍ଚିଥିଲେ। ଲମତାପୁଟ ପଟୁ ଏକ ସ୍ବିଫ୍ଟ ଡିଜାୟାର କାର(ଏମପି-୦୯ସିକ୍ୟୁ-୨୧୭୧)ରେ୭୫ କେଜି ୮୦୦ଗ୍ରାମ ଓ କ୍ବିଡ କାର(ଏଚଆର-୯୫-୯୯୩୯)ରେ ୫୩କେଜି ୭୦୦ ଗ୍ରାମ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା। ଏକ୍ଜ୍ୟୁଟିଭ ମାଜିଷ୍ଟ୍ରେକଟ ଉପସ୍ଥିତିରେ ଯାଞ୍ଚ ସମୟରେ ଦୁଇ ଗାଡିରେ ରହିଥିବା ସନ୍ଦୀପ କୁମାର ଓ ବଲବୀର ରାଣା କିଛି ଉତ୍ତର ଦେଇପାରି ନ ଥିଲେ। ପୁଲିସ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର