ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଭଇଁଷା ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରୁ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରିବା ପାଇଁ ନେଉଥିବାବେଳେ ଅବକାରୀ ବିଭାଗ ହାତରେ ଧରା ପଡିଲା ଅଭିଯୁକ୍ତ। ଅବକାରୀ ବିଭାଗର ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ଅବକାରୀ ଇନସପେକ୍ଟର ପ୍ରମୋଦ କୁମାର ପଣ୍ଡା ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ବିଶ୍ବନାଥ ପରିଡା, ଏସଆଇ ପ୍ରସନ୍ନ ପଟେଲ, ଗୀତାଞ୍ଜଳି କୁମ୍ଭାର, ଦୟାନିଧି ବାରିକ ସହିତ ବିଭାଗୀୟ କର୍ମଚାରୀମାନେ ଭଇଁଷା ଗ୍ରାମରେ ପେଟ୍ରୋଲିଂ କରୁଥିଲା।
/sambad/media/post_attachments/wp-content/uploads/2021/10/76a85163-202f-4941-8064-a4640db678c9-e1634711062212-300x253.jpg)
ଆଉ ଏହି ସମୟରେ ଜଗନ୍ନାଥ ମନ୍ଦିର ନିକଟରେ ଥିବା ରାସ୍ତାରୁ ବ୍ରଜମୋହନ ନେପାକ ନାମକ ଜୈନିକ ବ୍ୟକ୍ତି ଏକ ବ୍ୟାଗରେ ଗଞ୍ଜେଇ ନେଉଥିବା ସନ୍ଦେହ କରି ଅଟକାଇଥିଲେ। ବ୍ୟାଗ ଭିତରେ ଗଞ୍ଜେଇ ଥିବା ଦେଖି ବିଭାଗୀୟ ଅଧିକାରୀମାନେ ବ୍ରଜମୋହନକୁ ପାଟଣାଗଡ଼ ଅବକାରୀ ବିଭାଗକୁ ଆଣି ଅଟକ ରଖି ପଚରାଉଚୁରା କରି ଗିରଫ କରିଥିବା ଜଣାପଡିଛି।
ଜବତ୍ ଗଞ୍ଜେଇ ୪ କିଲୋଗ୍ରାମ ୭୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ପାଟଣାଗଡ଼ ଅବକାରୀ ଅଧିକାରୀ ବିଶ୍ବନାଥ ପରିଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/b0dd21ad-24d4-4b73-b41e-ef99dd1cdeb9.jpg)