ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ୧୮୦ କିଲୋ ଗଂଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ କେ.ସାଙ୍ଗନାଙ୍କ ନେତୃତ୍ବରେ ଏକ ଟିମ ମାଲକାନଗିରିର ବିଭିନ୍ନ ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଯାଉଥିବା ପୁଲିସ ଦେଖିବାକୁ ପାଇଥିଲେ। ତେବେ ଟ୍ରାକ୍ଟରରେ ଗଂଜେଇ ଲଦି ଯିବା ଏକ ପ୍ରକାର ଅସମ୍ଭବ ବୋଲି ପୁଲିସ ଜାଣିଥିଲେ ମଧ୍ୟ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଗଂଜେଇ ମିଳିନଥିଲା। ତେବେ ଟ୍ରାକ୍ଟର ଟ୍ରଲିରେ ଏକ ଗୁପ୍ତ ଚାମ୍ବର କରି ସେଥିରେ ଗଂଜେଇ ଲୁଚାଇ ରଖାଯାଇଥିଲା। ଯାହାକୁ ପୁଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା। ତୁରନ୍ତ ଗଂଜେଇକୁ ଜବତ କରିବା ସହ ଓଜନ କରିଥିଲା। ଯାହା ୧୮୦ କିଲୋ ହୋଇଥିଲା। ତୁରନ୍ତ ଟ୍ରାକ୍ଟରରେ ବସି ଗଂଜେଇ ଚାଲାଣ କରୁଥବା ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା।
ଏମାନେ ହେଲେ ରାଜସ୍ଥାନ ଅଂଚଳ ସାମଲ ସିଂ(୩୨),ବେଦ ପ୍ରକାଶ(୩୦),ରାମ ବୀର ସିଂ(୨୯),ଶେର ସିଂ(୫୦) ଏବଂ କମଲ ମଣ୍ଡଳ(୩୯)।ଏହି ଗଂଜେଇକୁ ରାଜସ୍ଥାନା ଚାଲାଣ କରାଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ଏଥିସହ ଟ୍ରାକ୍ଟରକୁ ଜବତ କରିବା ସହ ୧୯୦୦ ଟଂକା ନଗଦ,ମୋଟରସାଇକେଲକୁ ମଧ୍ୟ ଜବତ କରାଯାଇଛି।