ରାୟଗଡା: ରାୟଗଡା ଜିଲ୍ଲାର ପଦ୍ମପୁର ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ଏବେ କଡାକଡି ଗାଡି ଯାଞ୍ଚ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଏକ ଅଟୋରିକ୍ସାକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ଗଂଜେଇ ରହିଥିବା ପୁଲିସ ଜାଣିବା ପାଇଥିଲା। ତୁରନ୍ତ ଅଟୋ ଚାଳକ ଲାଜର ମାଝିକୁ ଅଟକ ରଖି ପଚରାଉଚରା କରିବା ପରେ ସେ ଗଂଜେଇ ଚାଲାଣ କରୁଥିବା ସ୍ବୀକାର କରିଥିଲା।
ଲାଜର ମାଝିଙ୍କଠାରୁ ଅଟୋ ସହ ମୋବାଇଲ ଜବତ କରିବା ପରେ ଗଂଜେଇକୁ ଓଜନ କରିଥିଲା। ଏହି ଅଟୋରେ ୩୫ କିଲୋ ଗଂଜେଇ ଲଦାଯାଇଥିବା ପୁଲିସ କହିଛି। ଏନଡିପିଏସ ଆକ୍ଟ ଅନୁଯାୟୀ କେଶ ରୁଜୁ କରି ପଦ୍ମପୁର ପୁଲିସ ଆସାମୀ ଲାଜରକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।