ରାୟଗଡା: ରାୟଗଡା ରେଳଷ୍ଟେସନ ଏବେ ଗଂଜେଇ ଚାଲାଣକାରୀଙ୍କ ପାଇଁ ଗଳାବାଟ ସାଜିଛି। ଗତ ଦୁଇ ଦିନ ତଳେ ରେଳ ଷ୍ଟେସନରୁ ହିଁ ଜଣେ ଯୁବକଙ୍କ ବ୍ୟାଗରୁ ୨୪ କିଲୋ ଗଂଜେଇ ଜବତ କରାଯାଇଥିଲା। ଆଜି ମଧ୍ୟ ଅବକାରୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମରେ ସହକାରୀ ଅବକାରୀ ଅଧୀକ୍ଷକ ଗୁପ୍ତେଶ୍ବର ପ୍ରଧାନଙ୍କ ନେତୃତ୍ବରେ ଓଆଇସି ସଂଜୟ ପ୍ରଧାନ,ଏଏସଆଇ ରାଶି ନାୟକ ଓ ସଂଗ୍ରାମ ପ୍ରଧାନଙ୍କ ସହ ରେଳ ଷ୍ଟେସନରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବ୍ୟକ୍ତି ଏକ ବଡ ଜରି ବ୍ୟାଗ ଧରି ରେଳରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ କର୍ମଚାରୀ ସନ୍ଦେହ କରି ସେହି ବ୍ୟକ୍ତିଙ୍କୁ ଜେରା କରିଥିଲେ |
ତେବେ ଅବକାରୀ କର୍ମଚାରୀ ଜରି ଭିତରେ ଗଂଜେଇ ରହିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଯୁବକଙ୍କୁ ଅଟକ ରଖିବା ସହ ଗଂଜେଇକୁ ଓଜନ କରିଥିଲେ। ଜବତ ଜରି ବ୍ୟାଗରେ ୩୦ କିଲୋ ୩୦୦ ଗ୍ରାମ ଗଂଜେଇ ରଖାଯାଇଥିବା ଜଣାପଡିଥିଲା। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୩୦ ହଜାର ଟଂକା ବୋଲି ଅବକାରୀ ବିଭାଗ କହିଛି। ତେବେ ରେଳରେ ଗଂଜେଇ ଚାଲାଣ କରିବାରେ ମାଫିଆମାନେ ଧରାପଡୁନଥିବାରୁ ଏହାକୁ ଏବେ ନିଜର ଗଳା ବାଟ କରିଛନ୍ତି। ଗଂଜେଇ ଚାଲାଣ କରୁଥିବା ବ୍ୟକ୍ତି ଜଣକ ହେଲେ ହରିୟାଣାର ଦଲସେର ସିଂ ହୋଇଥିବାବେଳେ ସେ ଏହି ଗଂଜେଇକୁ ରାୟଗଡା ଅଂଚଳରୁ ହରିୟାଣାକୁ ଚାଲାଣ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Rgda-Ganjei-jabat-1-arrested-2.jpg)