ବୀରମହାରାଜପୁର ପୁଲିସର ଚଢାଉ, ସ୍କୁଟି ସହିତ ଗଞ୍ଜେଇ ଜବତ୍

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ଥାନା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ରକ୍ସା ଛକରୁ ସ୍କୁଟି ସହ ଗଂଜେଇ ଜବତ କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି | ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ବୀରାମହାରାଜପୁର ପୁଲିସର ଏକ ଟିମ ସଂନ୍ଧ୍ୟାକାଳୀନ ପେଟ୍ରୋଲିଂ କରୁଥିଲେ | ସେହି ସମୟରେ ସୋନପୁର ପଟରୁ ଏକ ବାଇକ ଯୋଗେ ଗଂଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ବୀରମହାରାଜପୁର ଥାନା ଅଧିକାରୀ ଶୋଭାକର ସେଠଙ୍କ ନେତୃତ୍ୱରେ ପୁଲିସ ଟିମ ରକ୍ସା ଛକଠାରେ ଏକ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ |

ଯାଞ୍ଚବେଳେ ଏକ ଏୟାରବ୍ୟାଗରେ ଗଂଜେଇ ଥିବା ଜଣାପଡିଥିଲା | ସେଠାରୁ ବାଇକ ସହ ଗଂଜେଇ ଜବତ କରି ଦୁଇ ଜଣ ଅଭିଯୁକ୍ତ ଧନୁପାଲି କୁମ୍ଭାରପଡ଼ାର ସୟଦ ନିଶାର ଆଲିଆସ ବିଟୁ ଏବଂ ଭୁତାପଡାର ମହମ୍ମଦ ରାଜୁଙ୍କୁ ଗିରଫ କରିଥିଲେ | ଅଭିଯୁକ୍ତ ମାନଙ୍କ ପାଖରୁ ଦୁଇଟି ମୋବାଇଲ ମଧ୍ୟ ପୁଲିସ ଜବତ କରିଛି | ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଂଜେଇ ଓଜନ କଲାପରେ ୧୧କେଜି ୮୬୦ଗ୍ରାମ ଥିବା ଜଣାପଡିଥିଲା | ଏନେଇ ପୁଲିସ ଏକ ମାମଲା ୧୬୩/୨୪ରେ ଏକ ମାମଲା ରୁଜୁ କରିଥିବାବେଳେ ସୋମବାର ଅଭିଯୁକ୍ତମାନଙ୍କ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରିଥିବା ଆଇଆଇସି ଶୋଭାକର ସେଠ । ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି |

ସମ୍ବନ୍ଧିତ ଖବର