୨୮ କେଜି ଗଞ୍ଜେଇ ଜବତ, ମହିଳାଙ୍କ ସହ ୫ ଗିରଫ

ଜୟପୁର: ଜୟପୁର ସଦର ଥାନା ପୁଲିସ ପକ୍ଷରୁ ନିୟମିତ ଭାବେ ଜାରି ରହିଛି ଚୋରା ଗଞ୍ଜେଇ ଚଲାଣ ଧରପଗଡ। ଗତକାଲି ସନ୍ଧ୍ୟା ୬ଟାରେ କୋରାପୁଟ ଜିଲ୍ଲାରୁ ୨୮ କେଜି ୫ଶହ ଗ୍ରାମର ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଆଉ ଏକ ଗ୍ୟାଙ୍ଗ ପାତ୍ରପୁଟ ବ୍ରିଜ ନିକଟରେ ଧରା ପଡିଛନ୍ତି। ଜିଲ୍ଲାର ଲମତାପୁଟ ଠାରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବାବେଳେ ଜଣେ ମହିଳାଙ୍କ ସହ ୫ଜଣଙ୍କୁ ଗିରଫ କରିଛି ଜୟପୁର ସଦର ପୁଲିସ। ସ୍ଥାନୀୟ ଯୁବକଙ୍କୁ ଛାଡି ଗିରଫ ହୋଇଥିବା ଅଭିଯୁକ୍ତକାରୀମାନେ ଗୋଟିଏ ପରିବାର ବୋଲି ଜଣାପଡିଛି।

ସେମାନେ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ମୁଖିଖୁଡୁପି ଗ୍ରାମର ଅଜୁର୍ନ ହରିଜନଙ୍କ ପୁଅ ଲବ ହରିଜନ (୨୦) ଓ ଉତ୍ତର ପ୍ରଦେଶ ଗାଜିଆବାଦର ଇମରାନ ଚୌଧୁରୀଙ୍କ ପୁଅ ଜାଗିଲ ଚୌଧୁରୀ(୨୮), ମେହମୁଦ ଅଲ୍ଲୀଙ୍କ ପୁଅ ତସଲିମ ଅଲ୍ଲୀ (୨୩), ଜାମସେଦଙ୍କ ପୁଅ ଭସିମ(୨୫) ଓ ଭାସିମଙ୍କ ସ୍ତ୍ରୀ ସାଲୁନା(୨୦)। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଥିବାବେଳେ ୨୩୯/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଏକ ଇଣ୍ତିଗୋ କାର( ଓଆର-୧୦ଏଚ୍-୫୧୨୭)ରେ ଲମତାପୁଟରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବାନେଇ ଏକ ବିଶେଷସୁତ୍ରରୁ ଖବର ପାଇଥିଲେ ସଦର ଓଆଇସି ଆଦିତ୍ୟ ମାହାକୁର। ଏନେଇ ସେ ଥାନାର ଏସଆଇ ପି.କେ ମହାନ୍ତି ଓ ତାଙ୍କ ଟିକଙ୍କୁ ପାତ୍ରପୁଟ ବ୍ରିଜ ନିକଟରେ ଜଗାଇଥିଲେ। ଏହି ସମୟରେ ଧଳା ରଙ୍ଗର ଇଣ୍ତିଗୋ କାର ଆସିବା ପରେ ଅଟକାଇ ଥିଲେ। ସେଥିରୁ ଗଞ୍ଜେଇ ଜବତ ରହିଥିବା ଜଣାପଡିଥିଲା। ନିୟମାନୁଯାୟୀ ଜଣେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ କାରର ତଲାସି କରାଯିବା ପରେ ସେଥିରୁ ୨୮ କେଜି ୫ଶହ କିଲୋ ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ଏହା ସହ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ପରିବାର କୋରାପୁଟରୁ ଇଣ୍ଡିଗୋ କଣିଥିବାବେଳେ ଏଥିରେ ଗଞ୍ଜେଇ ଧରି ଉତ୍ତରପ୍ରଦେଶର ଗାଜିଆବାଦକୁ ନେଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର