ପୁଲିସ ଓ ଅବକାରୀ ବିଭାଗ ଦ୍ଵାରା ୮ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ 

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ପୁଲିସର ଏକ ଟିମ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାବେଢା ପଂଚାୟତର ଆର,ଏ,ସି- ୧୫, ଦାତୁନଗୁଡା ଗ୍ରାମରେ ଚଢ଼ାଉ କରି ବ୍ୟାପକ ପରିମାଣର ଗଂଜେଇ ଗଛକୁ ନଷ୍ଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଚିତ୍ରକୋଣ୍ଡା ପୁଲିସ ଓ ମାଲକାନଗିରି ଅବକାରୀ ବିଭାଗର ମିଳିତ ଅଭିଯାନରେ ପ୍ରାୟ ୫୦ ଏକର ଜମିରେ ଲଗାଯାଇଥିବା ୮୦ ହଜାର ଗଂଜେଇ ଗଛକୁ କଟାଯାଇ ପୋଡି ନଷ୍ଟ କରାଯାଇଛି ।

ଏହାର ଆନୁମାନିକ ମୂଲ୍ୟ ୮ କୋଟିରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ଏହି ଚଢ଼ାଉରେ ମାଲକାନଗିରି ଅବକାରୀ ବିଭାଗର ଇନ୍ସପେକ୍ଟର ଗଙ୍ଗା ପାଇକରାଏ, ଏସ.ଆଇ ଦିଲୀପ କୁମାର ନାୟକ , ସଞ୍ଜୟ କୁମାର କାଣ୍ଡି ଓ ଚିତ୍ରକୋଣ୍ଡା ପୁଲିସ ଏବଂ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର