କୋରାପୁଟ: କାରରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣବେଳେ ଆଜି ପୁଲିସ ଜବତ କରିଛି | କୋରାପୁଟ ଜିଲ୍ଲାର ଲମତାପୁଟ କଡ୍ରି ଗାଁ ନିକଟରେ କାରରୁ ଆଜି ପୁଲିସ ୯୦ କେଜି ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୁଲିସ। ଚଢ଼ାଉ ବେଳେ କାର୍‌ ଛାଡ଼ି ଗଞ୍ଜେଇ ମାଫିଆ ଖସି ପଳେଇଥିବାବେଳେ ପୁଲିସ ଜଳକା ସାଜିଥିଲା। ମିଳିଥିବା ସୂଚନା ମୁତାବକ ଆନ୍ଧ୍ରରୁ ଜୟପୁରକୁ ଏକ କାର ଓଆର ୧୫ କ୍ୟୁ ୫୮୮୧ରେ ଗଞ୍ଜେଇ ଚାଲାଣ ନେଇ ସୂଚନା ମିଳିବା ପରେ ପୁଲିସ ଯାଞ୍ଚ କରୁଥିଲା | ଏହି ସମୟରେ କଡ୍ରି ଗାଁ ନିକଟରେ ପୁଲିସକୁ ଦେଖି ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଭର୍ତ୍ତି କାର ଛାଡି ଫେରାର ହୋଇଯାଇଥିଲେ | ପୁଲିସ କାର ଯାଞ୍ଚ କରିଥିବାବେଳେ କାର ଭିତରୁ ପାଞ୍ଚ ବସ୍ତା ଗଞ୍ଜେଇ ଜବତ କରିଛି | ଜବତ ଗଞ୍ଜେଇ ପାଖାପାଖି ୯୦ କିଲୋଗ୍ରାମ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି |