ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା। ମାଲକାନଗିରି-ଛତିଶଗଡ ସୀମାନ୍ତ ଗ୍ରାମ ଚାଲାଣଗୁଡା ଛକ ନିକଟରେ ପୁଲିସ ଡ୍ୟୁଟି କରୁଥିବା ବେଳେ ଏକ ବୋଲେରୋ ପିକଅପ୍ ଭ୍ୟାନକୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ସେଥିରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲା। ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏହି ପିକଅପ୍ ଭ୍ୟାନରେ ୪୨ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଏକ ଜରି ବ୍ୟାଗରେ ଭର୍ତ୍ତି କରି ରଖାଯାଇଥିଲା।
/sambad/media/post_attachments/wp-content/uploads/2021/07/Mkg-Ganja-seized-1-arrested-1-300x205.jpg)
ଏଥିସହ ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତି ଜଣକୁ ପୁଲିସ ଗିରଫ କରିଥିଲା। ଆଜି ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ମାଲକାନଗିରି ରାସ୍ତା ଦେଇ ବିଭିନ୍ନ ଗାଡିରେ ଗଞ୍ଜେଇ ଚାଲାଣ କରାଯାଉଥିବାରୁ ପୁଲିସ ଏବେ ତତ୍ପରତା ଦେଖାଇଛି। ଲଗାତାର ଗଞ୍ଜେଇ ଜବତ କରିବାରେ ସଫଳ ହେଉଛି।