ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓକ୍ଲେଲ ପୁଲିସକୁ ଗଞ୍ଜେଇ ଜବତ କରିବାରେ ମିଳିଛି ସଫଳତା।ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା, ଓର୍କେଲ, କୁଡୁମୁଲୁଗୁମ୍ମା ଏବଂ ଖଇରପୁଟ ଥାନା ଅଞ୍ଚଳରେ ଜୋରଦାର ଚଢଉ କରାଯାଇ ଗଞ୍ଜେଇ ଜବତ କରିବାରେ ସଫଳ ପାଉଛି। ଏହି କ୍ରମରେ ଆଜି ଭୋର ସକାଳୁ ଓର୍କେଲ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ମାଛିଆମ୍ବ ଗ୍ରାମର ବଳଭଦ୍ର ଖା ନାମକ ବ୍ୟକ୍ତି ଗଞ୍ଜେଇ ଲଦି ଯାଉଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଗଞ୍ଜେଇ ଜବତ କରିବା ସହ ଆସାମୀକୁ ଗିରଫ କରଥିଲେ।
ଗଞ୍ଜେଇ ଜବତ କରାଯିବା ପରେ ଓଜନ କରିବା ପରେ ୧୦୧ କିଲୋ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା। ଏହି ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ପଡୋଶୀ ରାଜ୍ୟକୁ ଚାଲାଣ ହେଉଥିବା ପୁଲିସ କହିଛି।ତେବେ ଲଗାତାର ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଏବେ ବି ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ସମୟରେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଯାହାକୁ ପୁଲିସ ରୋକିବାରେ ସଫଳ ହେଉଛି। ତେବେ ଆଗାମୀ ଦିନରେ ମଧ୍ୟ ଚଢଉ ଜାରି ରହିବ ବୋଲି ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Mkg-Ganja-jabat.jpg)