କୋଡିଏ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗଂଜେଇ ଜବତ, ବୋଲେରୋ ସମେତ ଜଣେ ଗିରଫ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ସଫଳତା । ଚିତ୍ରକୋଣ୍ଡା ଏସାର କମ୍ପାନୀ ଛକଠାରେ ବୋଲେରୋ ଗାଡ଼ିରୁ ୨୦୩ କେଜି ସହ ଜଣକୁ ଗିରଫ କଲା ଚିତ୍ରକୋଣ୍ଡା ପୁଲିସ । ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପୁଲିସ ଏସାର କମ୍ପାନୀ ଛକଠାରେ ପେଟ୍ରୋଲିଂ କରୁଥିବା ସମୟରେ ଜାନବାଇ ପଟୁ ଆସୁଥିବା କେ.ଏଲ ୫୮କ୍ୟୁ ୨୭୫୪ ନମ୍ବର ଥିବା ଏକ ବୋଲେରୋ ଗାଡିକୁ ଅଟକାଇ ତଲାସୀ କରାଯିବା ସମୟରେ ଗଂଜେଇ ଥିବା ଜଣାପଡିଥିଲା ।

ଗଂଜେଇ ୭ଟି ଜରି ବସ୍ତାରେ ଥିବାବେଳେ ଉକ୍ତ ଗଂଜେଇ ସହ ଅଭିଯୁକ୍ତ ଗାଡି ଡ୍ରାଇଭର / ମାଲିକ କେ,ଭି ଗିରିସ ( ୪୨)କୁ ଗିରଫ କରାଯାଇଥିଲା | ଅଭିଯୁକ୍ତର ଘର କେରଳରେ ହୋଇଥିବାବେଳେ ନଗଦ ୩୨୦୦ ଟଙ୍କା, ଦୁଇଟି ମୋବାଇଲ, ଦୁଇଟି ଏଟିଏମ କାର୍ଡ ,ପାନ କାର୍ଡ, ଆଧାର କାର୍ଡ ଜବତ କରାଯାଇଛି | ପୁଲିସର ସୂଚନା ଅନୁଯାୟୀ ଉକ୍ତ ଗଂଜେଇର ଆନୁମାନିକ ମୂଲ୍ୟ କୋଡିଏ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ | ଏନଡିପିଏସ ଆକ୍ଟ ରେ ଚିତ୍ରକୋଣ୍ଡା ଥାନାରେ ଏକ କେଶ ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର