ମାଲକାନଗିରି: ମାଲକାନଗିରି ପୁଲିସକୁ ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳତା ମିଳିଛି। ଲଗାତାର ମାଲକାନଗିରି ପୁଲିସ ଗଂଜେଇ ଚାଲାଣ ରୋକିବା ପାଇଁ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢାଉ କରି ଏହାକୁ ରୋକ ଲଗାଇବାରେ ସଫଳ ହେଉଛି। ଏହି କ୍ରମରେ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏସଆଇ ପି.କେ.ସାବତଙ୍କ ନେତୃତ୍ବରେ ଏକ ଟିମ ପେଟ୍ରୋଲିଂ କରୁଥିବା ବେଳେ ଏକ ଇଣ୍ଡିକା କାର କ୍ଷୀପ୍ର ଗତିରେ ଆସୁଥିବା ଦେଖି ତାକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ଗଂଜେଇ ରହିଥିବା ଦେଖିବାକୁ ମିଳିଥିଲା।
ପୁଲିସକୁ ଦେଖି କାରରେ ବସିଥିବା ଅନ୍ୟମାନେ ଦୌଡି ପଳାଇବାରେ ସଫଳ ହୋଇଥିଲେ। ତେବେ ଜଣକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଏହି କାରରେ ୫୦ କିଲୋ ଗଂଜେଇ ରହିଥିବା ବେଳେ ଏହାକୁ ଚାଲାଣ କରୁଥିବା ନିଖିଲ ବାଚାଡକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଲଗାତାର ମାଲକାନଗିରି ପୁଲିସକୁ ଗଂଜେଇ ଚାଲାଣରେ ରୋକ ଲଗାଇବାରେ ସଫଳତା ହାସଲ ହେଉଛି।ମାଫିଆମାନେ ଡାଳେ ଡାଳେ ଗଲେ ପୁଲିସ ପତରେ ପତରେ ଯାଉଛି।ମାଫିଙ୍କ ସମସ୍ତ ଚାଲକୁ ପୁଲିସ ଫସର ଫଟାଇ ଦେଉଥିବାରୁ ଗଂଜେଇ ମାଫିଆଙ୍କ ମଧ୍ୟରେ ଭାଳେଣୀ ପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Mkg-Ganja-jabat-1-arrested.jpg)