ରେଳ ଷ୍ଟେସନରୁ ଧରାପଡ଼ିଲେ ୨ ଗଞ୍ଜେଇ ବେପାରି, ୨୧ କିଲୋ ଗଞ୍ଜେଇ ଜବତ

ରାଉରକେଲା: ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଆଜି ପୁଣି ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳର ରମାକାନ୍ତ ଭୋଇ ଓ ରାଜେଶ ଭୋଇ। ସେମାନଙ୍କଠାରୁ ୨୪.୩୩୦ କେଜି ଗଞ୍ଜେଇ ଜବତ ହୋଇଛି। ଡାକ୍ତରୀମାଇନା ପରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି ରାଉରକେଲା ଅବକାରୀ ବିଭାଗ। ଅଭିଯୁକ୍ତ ଦ୍ବୟ କୋରାପୁଟ ଅଞ୍ଚଳରୁ ଟ୍ରେନ୍‌ରେ ଗଞ୍ଜେଇ ଆଣି ଆଜି ସକାଳେ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଥିଲେ। ରାଞ୍ଚିକୁ ଗଞ୍ଜେଇ ଚାଲାଣ କରିବାକୁ ଷ୍ଟେସନରେ ଟ୍ରେନ୍‌ ଜଗି ରହିଥିଲେ।

ତେବେ ଆର୍‌ପିଏଫ୍‌ ଯବାନଙ୍କ ନଜରରେ ପଡ଼ିଯାଇଥିଲେ। ଗିତିବିଧି ସନ୍ଦେହଜନକ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ପଚରାଉଚରା କରିଥିଲେ। ତେବେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଉଭୟଙ୍କୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପ୍ରକାଶଥାଉକି, ଗତ ୨୭ ତାରିଖ ସମାନ ଢ଼ଙ୍ଗରେ ଗଞ୍ଜେଇ ଚୋରାଚାଲାଣ କରୁଥିବା କନ୍ଧମାଳ ନୂଆପଦର ଗ୍ରାମର ଦୀପ ଖଣ୍ଡଗିରି(୨୧)। ଅଭିଯୁକ୍ତ ପାଖରୁ ଆନୁମାନିକ ୨ ଲକ୍ଷ ୪୦ହଜାର ଟଙ୍କା ମୂଲ୍ୟର ୨୪.୩୩୦ କେଜି ଗଞ୍ଜେଇ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର