ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ

ନୂଆପଡ଼ା: ଗଞ୍ଜେଇ ଚାଲାଣ ବେଳେ ବୁଧବାର ନୂଆପଡ଼ା ଅବକାରୀ ବିଭାଗ ଚଢ଼ଉ କରି ସାଢ଼େ ୭ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଲେ ଉତ୍ତରପ୍ରଦେଶ ରାଜ୍ୟ କାନପୁର ଜିଲ୍ଲା ଗୋବିନ୍ଦପୁର ଥାନା ଝାଙ୍କଝରି ଗାଁର ଆନନ୍ଦ ସିଂ ଓ ରାମ କୁମାର।
ଗଞ୍ଜଇ ଚାଲାଣ ସଂପର୍କରେ ସୂଚନା ପାଇ ଅବକାରୀ କର୍ମଚାରୀମାନେ ଖରିଆର ରୋଡ଼ ଫାଟକ ନିକଟରେ ଘରୋଇ ବସ (ବିଜୟଲକ୍ଷ୍ମୀ) ଅଟକାଇ ଚଢ଼ଉ କରିଥିଲେ। ଅଭିଯୁକ୍ତ ଆନନ୍ଦଙ୍କଠାରୁ ୨କେଜି ୫ଶହ ଓ ରାମଙ୍କ ଠାରୁ ୫କେଜି ଗଞ୍ଜେଇ ଜବତ ହୋଇଥିଲା। ୨ଟି ପୃଥକ ମାମଲାରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ବସଟି ରାୟପୁର ପଟକୁ ଯାଉଥିବା ବେଳେ ଅବକାରୀ ଇନ୍ସପେକ୍ଟର ସୁବନ ନାୟକ, ଏସ୍‌ଆଇ ବିନୟ ପ୍ରକାଶ ତିର୍କିଙ୍କ ନେତୃତ୍ୱରେ ତାଙ୍କ ଟିମ୍‌ ଚଢ଼ଉ କରିଥିଲେ।

ସମ୍ବନ୍ଧିତ ଖବର