ଅଢେଇ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୁଲିସ ପକ୍ଷରୁ ଚଢ଼ଉ କରି ପ୍ରାୟ ଅଢେଇ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଶଗଡା ଫାଣ୍ଡି ଅନ୍ତର୍ଗତ ଗନସନଗୁଡ଼ି ଓ ଆଙ୍କୁନ ଗ୍ରାମ ସଂଲଗ୍ନ ପତିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ଓ ଆଟ କିସମ ଜଙ୍ଗଲ ଜମିରେ ଚଢ଼ାଉ କରାଯାଇ ୧୬୫ ଏକର ଜମିରେ ଚାଷ ହୋଇଥିବା ପ୍ରାୟ  ୮୨ହଜାର ୮୫୦ ଗୋଟି ଗଛ କଟାଯାଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୁଲ୍ୟ ପ୍ରାୟ ୨ କୋଟି ୪୮ ଲକ୍ଷ ୫୫ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସ ଆକଳନ କରିଛି। ଏ ସମ୍ପର୍କରେ ମନମୁଣ୍ଡା ଥାନାରେ  ୭/୨୨ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଚାଷ କରିଥିବା କୈାଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇ ନଥିବା ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର