ବୈପାରିଗୁଡା: ବେଆଇନ ଭାବେ ୧୫ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ କାଟିବା ସହ ନିଆଁ ଲଗେଇ ପଡ଼ି ଦିଆଯାଇଥିବା ବୈପାରିଗୁଡା ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବୈପାରିଗୁଡା ଥାନା ଅନ୍ତର୍ଗତ ମହୁଲି ପଞ୍ଚାୟତର ଲେଞ୍ଜା ଗ୍ରାମର କିଛି ବ୍ୟକ୍ତି ବେଆଇନଭାବେ ୧୫ ଏକର ସରକାରୀ ଜମିରେ ଗଞ୍ଜେଇ ଚାଷ କରିଥିଲେ।
ସୂଚନା ପାଇବା ପରେ ବୈପାରିଗୁଡା ପୁଲିସ ଏବଂ ଜୟପୁର ଅବକାରୀ ବିଭାଗର ସ୍କ୍ୱାର୍ଡ ସହ ବୈପାରିଗୁଡା ଅବକାରୀ ବିଭାଗ ସହିତ ବନବିଭାଗ କର୍ମଚାରୀ ମିଳିତ ଭାବେ ଚଢ଼ଉ କରି ଗଞ୍ଜେଇ ଗଛ କାଟି ନଷ୍ଟ କରିବା ସହ ନିଆଁ ଲଗାଇ ପୋଡି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/WhatsApp-Image-2022-01-27-at-7.42.26-PM-1.jpeg)