ଜୟପୁର: ୧୫୧ କେଜି ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଆଜି ଜୟପୁର ସଦର ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତର ପ୍ରଦେଶ ରାୟା ଜିଲ୍ଲାର ସାଗର ଚୌଧୁରୀ (୨୪) ଓ ଆକାଶ ଚୌଧୁରୀ (୨୩)। ସେମାନଙ୍କଠାରୁ ଦୁଇଟି ମୋବାଇଲ ଫୋନ, ୧୭୦୦ ଟଙ୍କା ଓ ସହ ସୁନେଲୀ ରଙ୍ଗର ହୋଣ୍ଡା ସିଟି (ୟୁପି-୧୩-ଏଲ-୫୫୫୧) କାର ଜବତ ହୋଇଛି।
/sambad/media/post_attachments/wp-content/uploads/2020/09/IMG-20200913-WA0012_1600006896558.jpg)
ମିଳିଥିବା ସୂଚନା ମୁତାବକ ଜୟପୁର ସଦର ଓଆଇସି ଆଦିତ୍ୟ ମହାକୂର ଗତକାଲି ବିଳମ୍ବିତ ରାତିରେ ଜଲାପୁଟରୁ ଏକ କାରରେ ଗଞ୍ଜେଇ ରାୟା ଜିଲ୍ଲାକୁ ଯାଉଥିବା ଖବର ପାଇଥିଲେ। ଏନେଇ ଉମୁରୀ ନିକଟରେ ପୂର୍ବରୁ ପୁଲିସ ଏହି ଗାଡିକୁ ଧରିବାକୁ ଜାଗିଥିଲା। ସେଠାରୁ ଏହି ଗାଡିକୁ ଅଟକା ଯାଇଥିବାବେଳେ ସେଥିରୁ ଜରି ପ୍ୟାକେଟରେ ଗଞ୍ଜେଇ ରହିଥିବା ଜଣାପଡିଥିଲା। ପରେ ପଚରାଉଚୁରା କରିବା ପରେ ଏହି ଦୁଇଜଣ ଯୁବକ ରାୟାରୁ ଏକ କାର କରି ଜଲାପୁଟକୁ କିଛିଦିନ ତଳେ ଆସୁଥିଲେ ବୋଲି ମାନିଥିଲେ। ସେଠାରୁ ଜଣେ ବ୍ରୋକରଙ୍କ ମାଧ୍ୟମରେ ଚାଷୀଙ୍କ ନିକଟକୁ ଯାଇ ଗଞ୍ଜେଇ କିଣିଥିଲେ। ସେଠାରୁ ଧରି ଉତ୍ତରପ୍ରଦେଶକୁ ଯାଉଥିବାବେଳେ ଧରାପଡିଯାଇଥିଲେ ବୋଲି ପୁଲିସ କହିଛନ୍ତି। ଏନେଇ ପୁଲିସ୧୭୮/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/IMG-20200913-WA0009_1600006888489.jpg)