କୋରାପୁଟ: ଆଠ କୁଇଣ୍ଟାଲ ୪୭ କିଲେ ଗଞ୍ଜେଇ ବେଝେଇ ଟ୍ରକ୍ ବିହାର ଯାଉଥିବା ବେଳେ କୋରାପୁଟ ପୁଲିସ ଏହାକୁ ସେମିଳିଗୁଡ଼ାରେ ଜବତ କରିଛି। ଏହି ବେଆଇନ ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ହାଜିପୁର ଥାନା ଚିକିନାଉତା ଗ୍ରାମର ସ୍ୱର୍ଗତ ଭୋଳା ରାୟଙ୍କ ପୁଅ ସଂଜୟ କୁମାର ଓ ଛୋଟିପୁର ଗ୍ରାମର ଜୟରାମ ପାସଓ୍ଵାନଙ୍କ ପୁଅ କୁନ୍ଦନ କୁମାର (୧୯)। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଏକ ମୋବାଇଲ ମଧ୍ୟ ଜବତ କରିଛି।
ସେମିଳିଗୁଡ଼ା ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ନିରଞ୍ଜନ ବେହେରା କହିଛନ୍ତି, କୋରାପୁଟ ଜିଲ୍ଲାର ନନ୍ଦପୁର ପାର୍ଶ୍ୱରୁ ଏକ ୧୪ ଚକିଆ ଟ୍ରକରେ ଗଞ୍ଜେଇ ଚେରାଚାଲଣ ହେବା ନେଇ ସେମିଳିଗୁଡ଼ା ପୁଲିସ ଥାନାକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଞ୍ଜେଇ ବୋଝେଇ ଟ୍ରକ (ବି.ଆର ୩୧ ଜିବି-୧୬୭୨)କୁ ଜବତ କରିବା ପାଇଁ ଏକ ବୋଲେରୋ(ଓଡି ୦୫ ଏଏମ୍-୫୬୪୬)ରେ ବାହାରିଥିଲା। ପୁଲିସ ଟିମ୍ ନନ୍ଦପୁର-ସେମିଳିଗୁଡ଼ା ରାସ୍ତାର ବୋଡେନଙ୍ଗା ଛକଠାରେ ଅଟକିଥିଲା। ଘଟଣାସ୍ଥଳରେ ଟ୍ରକ୍ଟି ପହଞ୍ଚିବା ପରେ ପୁଲିସ ଏହାକୁ ଅଟକାଇଥିଲା। ଯାଞ୍ଚ ସମୟରେ ଟ୍ରକରେ ୮ କୁଇଣ୍ଟାଲ ୪୭ କିଲୋ ଗଞ୍ଜେଇ ମିଳିଥିଲା ବୋଲି ଶ୍ରୀ ବେେହେରା କହିଛନ୍ତି।
/sambad/media/post_attachments/wp-content/uploads/2020/01/kpt1.jpg)
ସେମିଳିଗୁଡ଼ା ଆଇଆଇସି ଧୀରେନ କୁମାର ବେହେରାଙ୍କ ଉପସ୍ଥିତିରେ ଏସଡିପିଓ କହିଛନ୍ତି, ପୁଲିସ ଆଜି ଦିନ ୧୧ଟା ୩୦ରେ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଥିଲା। ଟ୍ରକ ଉପରେ ଚଢ଼ାଉ ସମୟରେ ସେମିଳିଗୁଡ଼ା ଥାନାର ଏଏସ୍ଆଇ ଏସ. ଚନ୍ଦ୍ର ବିଶୋୟୀ, ଏମ୍.କେ ବାଗ୍, ଏନ୍. ମୁଦୁଲି, ଘେନୁ ଦୁର୍ଲିଆ, ଜୁଗଳ ଯାନିଗୁଡ଼ା ଓ ଭଗବାନ ମୁଦୁଲି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Truck-Koraput-20_thumb.jpg)