କେନ୍ଦ୍ରାପଡ଼ା: ଗୋଟିଏ ସ୍ଥାନରୁ ଏକ କୁଇଣ୍ଟାଲ୍‌ ୨୪କେଜି ଓ ଅନ୍ୟ ଏକ ସ୍ଥାନରୁ ୮୪ କେଜି ଗଞ୍ଜେଇ ଜବତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଫିରିଙ୍ଗିଆ ପୁଲିସ ଏକ କୁଇଣ୍ଟାଲ୍‌ ୨୪କେଜି ଗଞ୍ଜେଇ ସହିତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଏଥିସହିତ ଗୋଟିଏ ବୋଲେରୋ, ଆଠଟି ମୋବାଇଲ୍‌, ନଗଦ ଛଅହଜାର ତିନିଶହ କାଡିଏ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଭୁପେଶ୍ୱର ଯାଦବ ଓ ବୟସ ୩୦ ବର୍ଷ, ସୁଶିଲ ଇରାନ୍‌ ଓ ବୟସ ୩୪ ବର୍ଷ, ମନମୋହଦ ଯାଦବ ଓ ବୟସ ୩ ବର୍ଷ, ଛତିଶଗଡ଼ର ହୃଦୁରାମ ଯାଦବ ଓ ବୟସ ୨୬ ବର୍ଷ ଓ ନବଘନ କାନ୍‌ହାର ଓ ବୟସ ୪୦ ବର୍ଷ ବୋଲି ଜଣାପଡ଼ିଛି। ଜବତ ହୋଇଥିବା ବୋଲେରୋ ନମ୍ବର-ଓଡ଼ି-୧୬-୦୧୨୪ ରହିଛି।

ସେହିପରି ଫିରିଙ୍ଗିଆ ପୁଲିସ ସୋମବାର ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଅନ୍ତର୍ଗତ କେଳାପଡ଼ା ଛକ ନିକଟରେ ଏକ ବୋଲେରୋ ଓ ମାରୁତି ସୁଇପ୍ଟ ଗାଡ଼ି ଉପରେ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ପରିମାଣ ୮୪କେଜି ପାଖାପାଖି ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣାରରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଜବତ ହୋଇଥିବା ବୋଲେରୋ ନମ୍ବର: ଓଡ଼ି-୦୨-ଏଏମ୍‌-୨୫୩୪ ଓ ମାରୁତି ସୁଇଫ୍ଟ ଗାଡ଼ି ନମ୍ବର ଓଡ଼ି-୦୨-ଏସି-୫୧୦୫ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର