ବ୍ରହ୍ମପୁର: ବ୍ରହ୍ମପୁର ମହାନଗରରରେ ଯାନବାହନ ଭିଡକୁ କମାଇବା ସହ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ବ୍ରହ୍ମପୁର ସହରରେ ରିଙ୍ଗରୋଡ ପରିକଳ୍ପନା କରାଯାଇଛି। ୪ ବର୍ଷ ତଳେ ରୂପରେଖ ପ୍ରସ୍ତୁତ ହୋଇଥିବା ଏହି ପ୍ରକଳ୍ପ ଜମି ସକାଶେ ଅଟକି ରହିଛି। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ହଳଦିଆପଦର, ଗୋବିନ୍ଦ ଅଞ୍ଚଳ ବୁଲି ରିଙ୍ଗରୋଡ ହେବାକୁ ଅଞ୍ଚଳ ବୁଲି ଦେଖିଛନ୍ତି। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜମି ଅଧିଗ୍ରହଣ ଆବଶ୍ୟକ ନ ଥିବା ଇଲକାରେ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ ବେଳେ ରିଙ୍ଗରୋଡ ପ୍ରକଳ୍ପର ନକ୍ସା ଦେଖିଥିଲେ। ଏହି ଗସ୍ତ ସମୟରେ ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

publive-image

ପ୍ରକାଶ ଥାଉ କି, ବ୍ରହ୍ମପୁର ସହର ଉପକଣ୍ଠ ଜଗନ୍ନାଥପୁର ନିକଟସ୍ଥ ରଘୁନାଥପୁର ଠାରୁ ରିଙ୍ଗରୋଡ୍‌ ଆରମ୍ଭ ହୋଇ ଆଙ୍କୁଶପୁର ନିକଟ ରତନପୁର-ହଳଦିଆ ଦେଇ ପୁଣି ରଘୁନାଥପୁରକୁ ଛୁଇଁବ। ଏହି ରିଙ୍ଗରୋଡ ୪ ଲେନ୍‌ ବିଶିଷ୍ଟ ହେବ। ଏହାର ଦୈର୍ଘ୍ୟ ପ୍ରାୟ ୩୦କିମି ରହିଛି। ଏହି ରିଙ୍ଗରୋଡ ପ୍ରକଳ୍ପରେ ପ୍ରାୟ ୪ଶହ କୋଟି ବ୍ୟୟ ଅଟକଳ ରହିଛି। ରାସ୍ତା ଓ କୋଠାବାଡି ବିଭାଗ-୧ ଏବ˚ ଜାତୀୟ ରାଜପଥ ବିଭାଗ ଜରିଆରେ ଏହି ରିଙ୍ଗରୋଡ ନିର୍ମାଣ ଲାଗି ଯୋଜନା ରହିଛି। ରିଙ୍ଗରୋଡ୍‌ର ରଘୁନାଥପୁର ଠାରୁ ରତନପୁର ପର୍ଯ୍ୟନ୍ତ ୧୩ . ୬୮୦ କିମି ରାସ୍ତା ଜାତୀୟ ରାଜପଥ ବିଭାଗ କରିବ। ଏରିଙ୍ଗରୋଡ୍‌ର ରତନପୁର ଠାରୁ ଦକ୍ଷିଣପୁର-ମହୁଡା-ହଳଦିଆପଦର ୧୫.୩୫୩ କିମି ରାସ୍ତା ରାସ୍ତା ଓ କୋଠାବାଡି ବିଭାଗ ଗଞ୍ଜାମ-୧ ନିର୍ମାଣ କରିବ। ଏହି ରାସ୍ତା ଲାଗି ପ୍ରାୟ ୧୯୮.୩୩୦କ ଜମି ଅଧିଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ସୋମବାର ସ୍ବପ୍ନରେ ବ୍ରହ୍ମପୁର ରିଙ୍ଗରୋଡ, ଜମି ପାଇଁ ଅଟକିଛି ଶୀର୍ଷକ ସମ୍ବାଦରେ ପ୍ରକାଶ ପାଇଥିଲା।