ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରାଇକିଆ ଥାନା ଗୋଚ୍ଛାପଲ୍ଲୀ ଜଙ୍ଗଲୀ ରାସ୍ତାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋରୁ ବେପାରୀ ଠାରୁ ଲୁଟ କରି ଫେରାର ହେଉଥିବାବେଳେ ଲୁଟେରା ପକେଟରେ ଥିବା ବୋମା ଫୁଟି ଯିବାରୁ ଅଧା ରାସ୍ତାରେ ତାର ପ୍ରାଣବାୟୁ ଉଡି ଯାଇଥିବା ଖବର ମିଳିଛି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

publive-image

ସୂଚନାଯୋଗ୍ୟ, ବେଲଗୁଣ୍ଠା ଠାରେ ପ୍ରତ୍ୟେକ ସୋମବାର ଦିନ ହାଟ ଚାଲିଥାଏ। ଆଜି ବି ସେମିତି ହାଟ ଚାଲିଥିଲା ବେଳେ ୭ଜଣ ଦୁର୍ବୃତ୍ତ ତିନିଟି ବାଇକ୍‌ରେ ଆସି ବେପାରୀଙ୍କୁ ମାଉଜର ଦେଖାଇଥିଲେ। ଏବଂ ତାଙ୍କ ଠାରୁ ୧ଲକ୍ଷରୁ ଉର୍ଧ୍ୱ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଏହି ଘଟଣା ନେଇ ଗୋରୁ ବେପାରୀ ଜଣକ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ।

publive-image

ଏହି ଅଭିଯୋଗ କ୍ରମେ ଗାଙ୍ଗପୁର ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପିଛା କରିଥିଲା। ଏହି ସମୟରେ ଉକ୍ତ ଲୁଟେରାମାନେ ପୁଲିସ ହାତରେ ଧରା ପଡିଯିବା ଭୟରେ ପ୍ରାଣ ବିକଳରେ ପୁଲିସ ଉପରକୁ ଗୁଳିମାଡ କରିଥିଲେ। ପୁଲିସ ବି ଏହାର ପାଲଟା ଜବାବ ଦେଇଥିଲା। ପୁଲିସ ଗୁଳିମାଡର ବଞ୍ଚିବା ପାଇଁ ଦ୍ରୁତଗତିରେ ବାଇକ ନେଇ ଯାଉଥିବା ସମୟରେ ବାଇଟି ଭରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲା। ଫଳରେ ଲୁଟେରା ପକେଟରେ ରଖିଥିବା ଥିବା ବୋମା ତଳେ ମାଡ ହୋଇ ହଠାତ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଘଟଣାସ୍ଥଳରେ ହିଁ ଲୁଟେରାର ପ୍ରାଣବାୟୁ ଉଡି ଯାଇଥିଲା। ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ଲୁଟେରା ନାମ ଚରଣ ରାଉତ। ଏହି ଲୁଟ ଘଟଣାରେ ସାମିଲ ଥିବା ଅନ୍ୟ ୬ଜଣ ଏବେ ବି ଫେରାର ଅଛନ୍ତି।