ବ୍ରହ୍ମପୁର: ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ଏଥି ପାଇଁ ପ୍ରସ୍ତୁତ ରହିଛି । ପ୍ରବାସୀ ଓଡ଼ିଆ ଗଂଜାମରେ ଜିଲ୍ଲାରେ ପହଞ୍ଚିବା ପରେ ସେମାନଙ୍କୁ କେମିତ ରଖାଯିବା ସେ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହଛି । ଜିଲ୍ଲା ପ୍ରଶାସନ ତରଫରୁ କ୍ୱାରେଣ୍ଟାଇନ ନିୟମକୁ କଡ଼ାକଡ଼ି କରିଦିଆଯାଇଛି । ନିୟମ ଉଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Advertisment

ତେବେ ପ୍ରବାସୀ ଓଡ଼ିଆଙ୍କ ଆଗମନ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ କହିଛନ୍ତି, ନିୟମ ଉଲଂଘନକାରୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇ ନ ଥିଲେ ବି ସତର୍କ ରହିବାକୁ ପଡ଼ିବ । ପ୍ରବାସୀ ଓଡ଼ିଆଙ୍କ ପାଇଁ ପ୍ରତି ପଞ୍ଚାୟତରେ ହୋମ କ୍ୱାରେଣ୍ଟାଇନର ବ୍ୟବସ୍ଥା କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ କ୍ୱାରେଣ୍ଟାଇନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ସମସ୍ତ ପ୍ରବାସୀ କ୍ୱାରେଣ୍ଟାଇନରେ ୧୪ ଦିନ ଯାଏଁ ବାଧ୍ୟତାମୂଳକ ଭାବେ ରହିବେ । କ୍ୱାରେଣ୍ଟାଇନ ଭିତରକୁ ବାହାର ଲୋକେ ଯାଇ ପାରିବେ ନାହିଁ । ଅପରପକ୍ଷେ କ୍ୱାରେଣ୍ଟାଇନରେ ଥିବା ଲୋକେ ମଧ୍ୟ ବାହାରକୁ ଯିବାପାଇଁ ଅନୁମତି ମିଳିବ ନାହିଁ । ତେଣୁ ନିୟମ ଉଲଂଘନକାରୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ ।