ଗଞ୍ଜାମରେ ଧର୍ମାନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ମନା, ମେ ୧୫ ଯାଏ ଗଞ୍ଜାମବାସୀଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ନିଷେଧ

ଗଞ୍ଜାମ: ଗଞ୍ଜାମରେ ଧର୍ମାନୁଷ୍ଠାନକୁ ଯିବା ଉପରେ ଲାଗିଲା କଟକଣା । କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଧାର୍ମିକ ପୀଠରେ ପ୍ରବେଶ ନିଷେଧ କରାଯାଇଛି । କେବଳ ମନ୍ଦିରର ପୂଜକମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବା କରିପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ଅନ୍ୟପଟେ କାଲିଠୁ ମେ ୧୫ ତାରିଖ ଯାଏଁ ସାଧାରଣ ଲୋକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଯେପରିକି ଧାର୍ମିକ ଅନୁଷ୍ଠାନ, ପାର୍କ, ସମୁଦ୍ର କୂଳ, ଖେଳ ପଡିଆ ଓ ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି । ଗତକାଲି ଭୁବନେଶ୍ୱର ଓ କଟକରେ ମଧ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଟ୍ବିନ ସିଟିରେ ଭକ୍ତଙ୍କ ମନ୍ଦିର ପ୍ରବେଶକୁ ମନା କରାଯାଇଥିଲା । ଆଜି ଶ୍ରୀରାମ ନବମୀରେ ବି ଟ୍ବିନ ସିଟିର ସମସ୍ତ ରାମ ମନ୍ଦିର ଫାଙ୍କା ରହିଥିଲା ।

ସମ୍ବନ୍ଧିତ ଖବର