ଭଞ୍ଜନଗର: ଆଜି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟ ଭଞ୍ଜନଗର ଥାନା ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିବା ଜଣାପଡିଛି। ଥାନା ବୁଲି ଦେଖିବା ସହ ଥାନା ଭିତରେ ପରିମଳ ବ୍ୟବସ୍ଥା ଓ କର୍ମଚାରୀମାନଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଆଇନଶୃଙ୍ଖଳା ରକ୍ଷା ସହ ପୁଲିସ୍ କିଭଳି ଲୋକଙ୍କ ନିକଟତର ହୋଇ ସେବା ଯୋଗାଇ ପାରିବ ସେ ନେଇ ଭଞ୍ଜନଗର,ବେଲଗୁଣ୍ଠା,ଗାଙ୍ଗପୁର ଥାନା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ଅପରାଧ ନିୟନ୍ତ୍ରଣ ସହ ପେଶାଦାର ଅପରାଧିଙ୍କ ଉପରେ କଡା ନଜର ରଖିବା ସହ ପୁରୁଣା ମାମଲାଗୁଡିକ ତଦନ୍ତ ତ୍ବରାନ୍ବିତ କରିବା, ସିସିଟିଭି ଲଗାଇବା, ସାଇବର ଠକେଇ ଉପରେ ସଚେତନ କରିବା ସହ ଦଣ୍ଡହାର ବଢାଇବା ନିମନ୍ତେ ତଦନ୍ତ ପ୍ରକ୍ରିୟାକୁ ସଠିକ ଢଙ୍ଗରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାଶ,ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ,ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ଭଞ୍ଜନଗର ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/BNJ-BJ-sp-visit.jpg)