କବିସୂର୍ଯ୍ୟନଗର: ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଜଣେ ମୃତ, ଅନ୍ୟ ଜଣେ ଆହତ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ପାଟଣା ନିକଟସ୍ଥ ସୁନାପଲି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ୨ ଜଣ ଯୁବକ ଉକ୍ତ ଗ୍ରାମକୁ ଚୋରି ପାଇଁ ଯାଇଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଗ୍ରାମବାସୀଙ୍କ ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ରହିଛି। ମୃତକ ଜଣକ ହେଲେ ପୋଲସରା ବ୍ଲକ ରାଣିପଡ଼ା ଅଞ୍ଚଳର ଗଙ୍ଗା କାଣ୍ଡି। ଅନ୍ୟ ଜଣେ ଗୁରୁତରଙ୍କର ଏଯାଏ କୌଣସି ଖୋଜ୍‌ଖବର ନାହିଁ। ସେ ଘଟଣା ଘଟିବା ପରେ ଗ୍ରାମବାସୀଙ୍କଠାରୁ ମାଡ଼ ଖାଇ କେଉଁଆଡ଼େ ପଳାଇ ଯାଇଛନ୍ତି।

କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ପୋଲସରା ବ୍ଲକ୍‌ ରାଣିପଡ଼ା ଗ୍ରାମର ୨ ଜଣ ଯୁବକ ସୁନାପଲି ଗ୍ରାମକୁ ଚୋରି କରିବାକୁ ଆସିଥିଲେ। ରାତି ପ୍ରାୟ ୧୧.୩୦ଟା ବେଳେ ଗ୍ରାମବାସୀମାନେ ସେମାନଙ୍କୁ କାବୁ କରିବା ସହ ସେମାନେ ଆଣିଥିବା ବିଭିନ୍ନ ମାରଣାସ୍ତ୍ରକୁ ଛଡ଼ାଇ ରଖିଥିଲେ। ଏହାସହ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ମୃତକଙ୍କ ପତ୍ନୀ ନର୍ମଦା କାଣ୍ଡି ମଧ୍ୟ ଥାନାରେ ଏତଲା ଦେଇଥିଲା ସୂଚନା ରହିଛି। ଘଟଣାର ତଦନ୍ତ ଚାଲିଛି। ପୋଲସରା ଓ କବିସୂର୍ଯ୍ୟନଗର ଥାନା ପୁଲିସ୍‌ ଏହି ଘଯଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର