ବ୍ରହ୍ମପୁର: ୧୮ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ବହୁଳ ପରିମାଣ ଗଞ୍ଜେଇ ଜବତ ହୋଇଛି। ଅବକାରୀ ବିଭାଗ ୧୮ କିଲୋର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରୁ ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ଧରିଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ଏହି ଗଞ୍ଜେଇ ବ୍ରହ୍ମପୁରରୁ ବିହାରକୁ ଚାଲାଣ କରାଯାଉଥିଲା।

 

ସମ୍ବନ୍ଧିତ ଖବର