ବେକାର ଯୁବକ-ଯୁବତୀଙ୍କୁ ଚାକିରି ଦେବା ନାଁରେ ଠକୁଥିବା ଦୁଇଜଣ ଠକ ଗିରଫ

ବ୍ରହ୍ମପୁର: ବେକାର ଯୁବକଯୁବତୀଙ୍କୁ ଚାକିରି ନାଁରେ ଠକେଇ । ଏହିପରି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗକୁ ଧରିଛି ବ୍ରହ୍ମପୁର ପୁଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଂଚଳର ରବିନ୍ଦ୍ର ବେହେରା ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ଅରୁଣ ବେହେରା । ଏମାନଙ୍କ ବ୍ୟାଙ୍କ ଖାତା, ଏଟିଏମ କାର୍ଡ, ଜାଲ ପରିଚୟପତ୍ର, ମୋବାଇଲ ଆଦି ସାମଗ୍ରୀ ପୁଲିସ ଜବତ କରିଛି ।

ମିଳିଥିବା ସୂଚନା ମୁତାବକ ଗତ ୩୦ ତାରିଖରେ ବ୍ରହ୍ମପୁର ଗୋଇଲୁଣ୍ଡି ଅଂଚଳର ଦୁଇ ଜଣ ଯୁବକ ଠକେଇର ଶିକାର ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ସଫଳ ହୋଇଛି ।

ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲା ସମେତ ଅନୁଗୁଳ, ପୁରୀ, ତାଳଚେର, ଯାଜପୁର ଅଂଚଳରେ ବେକାର ପିଲାଙ୍କୁ ଫସାଇ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ପୁଲିସ ଜାଣିବାକୁ ପାଇଛି । ଏହି ଠକମାନେ କନିଷ୍ଠ କିରାଣୀ, ଆଂଚଳିକ ଶିକ୍ଷା ପ୍ରତିଷ୍ଠାନରେ ନିଯୁକ୍ତି ନାଁରେ ଏହି ଠକେଇ କରୁଥିଲେ । ତେବେ ଏହି ଗ୍ୟାଙ୍ଗର ଚେର କେତେ ଦୂର ଯାଏଁ ଲମ୍ବିଛି ସେ ନେଇ ପୁଲିସ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର