ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୁଲିସ କବଜାରେ ଦୁଇ ଜଣ ପେଶାଦାର ସାଇକେଲ ଚୋର। ସେମାନଙ୍କ ନିକଟରୁ ପୁଲିସ ୧୯ଟି ସାଇକେଲ ଜବତ କରିଛି। ସାଇକେଲ ଚୋରି ଘଟଣାରେ ପୁଲିସ କବିସୂର୍ଯ୍ୟନଗର ଥାନା ପଂକଳବାଡୀ ଗାଁର ସାଗର ନାହାକ(୨୬) ଓ ରଜନୀକାନ୍ତ ନାହାକ(୨୦ଙ୍କୁ ଗିରଫ କରିଛି। ଏନେଇ ହିଞ୍ଜିଳି ଥାନାରେ କେଶ ନମ୍ବର ୧୧୧/୨୩ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଦୁଇ ଚୋରଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ।

Advertisment

ସୂଚନାଯୋଗ୍ୟ, ହିଞ୍ଜିଳିକାଟୁ ଆଙ୍କରଡ଼ା ଗ୍ରାମର ପ୍ରହଲ୍ଲାଦ ଗୌଡ଼  ଗତ ୨୦ ତାରିଖରେ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ସାମ୍ନାରେ ନିଜ ସାଇକେଲଟିକୁ ରଖି ମନ୍ଦିରକୁ ଯାଇଥିଲେ। ଦର୍ଶନ ସାରି ଆସିଲା ପରେ ଦେଖିଲେ ନିଜ ସାଇକେଲଟି ଆଉ ସେଠାରେ ନାହିଁ। ଏହି ଘଟଣାକୁ ନେଇ ସେ ହିଞ୍ଜିଳି ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଚଳାଇଥିଲା।କୌଣସି ସୂତ୍ରରୁ ଖବର ପାଇ ପୁଲିସ ୧୯ଟି ସାଇକେଲ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଦୁଇଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇ ସି ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।