ଗଞ୍ଜାମ: ସାବୁଳିଆ ନିକଟରେ ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀ ମୃତ

ବ୍ରହ୍ପପୁର: ଗଞ୍ଜାମ ଜିଲ୍ଳା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ବାପାମାଆ ଗୁରୁତର ଆହତ ‌ହୋଇଛନ୍ତି। ମୃତକ ଦ୍ବୟ ହେଉଛନ୍ତି ୮ ବର୍ଷୀୟ ବାଳକ ରଣବୀର ଏବଂ ତାଙ୍କର ୩ ବର୍ଷୀୟା ଭଉଣୀ ଆର୍ଯ୍ୟାସ୍ମିତା।

ସୂଚନାରୁ ପ୍ରକାଶ ଯେ ଟିକରପଡ଼ା ଗାଁର ବାସିନ୍ଦା ବାବୁଲା ବେହେରା(୪୫) ଓ ତାଙ୍କ ପତ୍ନୀ ଦମୟନ୍ତୀ ବେହେରା ନିଜର ଦୁଇ ପିଲାଙ୍କୁ ଧରି ବାଇକ୍ ଯୋଗେ ଜଣେ ସଂପର୍କୀୟଙ୍କ ଘରକୁ ଯିବା ବାଟରେ ପଛ ପଟରୁ ଏକ ଟ୍ରକ୍‌ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ବାପାମାଆ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବାବୁଲା ଓ ଦମୟନ୍ତୀଙ୍କୁ ପୁଲିସ୍‌ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ରହିଛି। ଟ୍ରକ୍‌ ଡ୍ରାଇଭର୍‌କୁ ପୁଲିସ୍‌ ଅଟକ ରଖିଛି।

ସମ୍ବନ୍ଧିତ ଖବର