ବ୍ରହ୍ମପୁର: ପାତ୍ରପୁର କେ ନୂଆଗାଁ ଥାନା ଖରଣିପଡ଼ା ପଞ୍ଚାୟତ ଆମୁଣ୍ଡି ଗ୍ରାମ ନିକଟରେ ଧାନ ଅମଳ ମେସିନ୍ ତଳେ ଚାପି ହୋଇଯିବାରୁ ଦୁଇ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ଚୈତନ୍ୟ ଚନ୍ଦ୍ରପୁର ଶାସନ ଗ୍ରାମର ମାଧବ ନାଇକଙ୍କ ସ୍ତ୍ରୀ ଝୁନୁ ନାଇକ ଏବଂ ମୁରଲୀ ନାଇକଙ୍କ ସ୍ତ୍ରୀ ଝୁନୁ ନାଇକ। ଧାନ ଟ୍ରାକ୍ଟର ଓଲଟି ଦୁଇଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଚୈତନ୍ୟ ଚନ୍ଦ୍ରପୁର ଶାସନ ଗ୍ରାମର ମାଧବ ନାଇକଙ୍କ ସ୍ତ୍ରୀ ଝୁନୁ ନାଇକ ଏବଂ ମୁରଲୀ ନାଇକଙ୍କ ସ୍ତ୍ରୀ ଝୁନୁ ନାଇକ ଧାନ ଅମଳ ପାଇଁ ଯାଇ ଟ୍ରାକ୍ଟରରେ ବସି ଫେରୁଥିବା ସମୟରେ ଟ୍ରାକ୍ଟର ପଛକୁ ଲାଗିଥିବା ମେସିନଟି କୌଣସି କାରଣରୁ ଓଲଟି ପଡ଼ିଥିଲା। ଏହାଫଳରେ ଦୁଇ ମହିଳା ମେସିନ ତଳେ ଚାପିହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପାତ୍ରପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/dead.jpg)