ଗଂଜାମ:ଗଂଜାମ ଜିଲ୍ଲାର ରଙ୍ଗେଈଲୁଣ୍ଡା ଠାରେ ଅବସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଦ୍ୱାରା ପରିଚାଳିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର୨୬ତମ ବାର୍ଷିକ ଉତ୍ସବ ତା.୨୭.୦୨.୨୦୨୬ରିଖ ଶୁକ୍ରବାର ଦିନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରିଥିବା ବେଳେ, ଆସୋସିଏଟ ପ୍ରଫେସର ତଥା ଛାତ୍ର କମିଟି ପରାମର୍ଶଦାତ୍ରୀ ଡ଼. ଧରିତ୍ରୀ ଚୌଧୁରୀ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ କରିଥିଲେ । କାର୍ଯ୍ୟକ୍ରମ ର ଶୁଭାରମ୍ଭ ବନ୍ଦେ ଉତ୍କଳ ଜନନୀ ଜୟଗାନ ରୁ ଆରମ୍ଭ ହୋଇଥିଲା ।
ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ କହିଥିଲେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମୋ ବିଭାଗର ଭବିଷ୍ୟତ, ମୁଁ ଆଜି ମୋର ଭବିଷ୍ୟତ ମାନଙ୍କ ସହିତ କଥା ହୋଇ ଆନନ୍ଦ ଅନୁଭବ କରୁଛି । ଓଡ଼ିଶାରେ ମତ୍ସ୍ୟ କ୍ଷେତ୍ରର ଉର୍ନତି ପାଇଁ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏହି ମହାବିଦ୍ୟାଳୟର ଉର୍ନ୍ନତି ପାଇଁ ଅର୍ଥ ର ଅଭାବ ରହିବ ନାହିଁ । ମତ୍ସ୍ୟ କ୍ଷେତ୍ରରେ ଓଡିଶା ଆଜି ବହୁ ଆଗରେ । ମତ୍ସ୍ୟ ସମ୍ପଦ ର ବିକାଶ ପାଇଁ ଆଉ ଏକ ନୂଆ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ସୋନପୁର ଠାରେ ନିର୍ମାଣ କରିବାକୁ ସ୍ଥିର କରାଯାଇଛି । ବଜେଟ ରେ ମତ୍ସ୍ୟ ବିଭାଗକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ମତ୍ସ୍ୟ ସମ୍ପଦ ର ଉର୍ନ୍ନତି ହେଲେ ଚାଷୀ ର ଉର୍ନତି ହେବ, ଚାଷୀ ର ଉର୍ନତି ହେଲେ ରାଜ୍ୟ ତଥା ଦେଶର ଉର୍ନତି ହୋଇପାରିବ ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ନିଜ ବକ୍ତବ୍ୟରେ କହିଥିଲେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ପାଇଁ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ର ସୃଷ୍ଟି । ଛାତ୍ରଛାତ୍ରୀ ମାନେ ଭଲ ରେ ପାଠ ପଢିବା ପାଇଁ ଗୁରୁତ୍ୱ ଦିଆଯାଉଛି । ଛାତ୍ରଛାତ୍ରୀମାନେ ସଫଳତା ପାଇବା ପାଇଁ ପରିଶ୍ରମ, ବିନମ୍ରତା ଓ ସମୟ ର ସଦୁପଯୋଗ କରିବା ଆବଶ୍ୟକ ।
ମହାବିଦ୍ୟାଳୟର ଡିନ୍ ପ୍ରଫେସର ନିତ୍ୟାନନ୍ଦ ଦାସ ନିଜ ବକ୍ତବ୍ୟରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଓଡିଶା ର ଗର୍ବ, ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଡିଗ୍ରୀ ପାଇଲା ପରେ ରାଜ୍ୟ, ରାଜ୍ୟ ବାହାରେ ତଥା ଦେଶବିଦେଶରେ ଭିନ୍ନ ଭିନ୍ନ ପଦପଦବୀରେ ରେ ରହି ସୁନାମ ଅର୍ଜନ କରିଛନ୍ତି ବୋଲି କହିଥିଲେ । ଛାତ୍ର କମିଟି ର ଚେୟାରମ୍ୟାନ ଶ୍ରୀ ଦେବବ୍ରତ ପଣ୍ଡା ନିଜ ବକ୍ତବ୍ୟରେ ବିଗତ ବର୍ଷ ରେ ମହାବିଦ୍ୟାଳୟର ଉର୍ନ୍ନତି ପାଇଁ ଓୟୁଏଟି ର କୁଳପତି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର କମିଟି ର ସଦସ୍ୟ ଯେତେବେଳେ ବି ବିଭାଗୀୟ ମନ୍ତ୍ରୀ ଙ୍କ ପାଖକୁ ଯାଇଛନ୍ତି, ମନ୍ତ୍ରୀ ମହୋଦୟ ଅସୁବିଧା ଗୁଡିକୁ ଦୂର କରିବାକୁ ଚେଷ୍ଟା କରିଥାନ୍ତି ତେଣୁ ଛାତ୍ର କମିଟି ର ଚେୟାରମ୍ୟାନ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଉ କିଛି ଦାବି ପୂରଣ କରିବା ପାଇଁ ଅନୁରୋଧ କରିଥିଲେ । ।
ଛାତ୍ର କମିଟି ଦ୍ୱାରା ପ୍ରକାଶିତ ମତ୍ସ୍ୟକନ୍ୟା ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା
ଏହି ଅବସରରେ ଛାତ୍ର କମିଟି ଦ୍ୱାରା ପ୍ରକାଶିତ ମତ୍ସ୍ୟକନ୍ୟା ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କ୍ରୀଡା ,କଳା, ସାଂସ୍କୃତିକ ପ୍ରତିଯୋଗିତା ତଥା ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ର କମିଟି ଦ୍ୱାରା ଆୟୋଜିତ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଚମ୍ପିୟନ ଆଖ୍ୟା ଅର୍ଜନ କରିଥିବା ଛାତ୍ରଛାତ୍ରୀ ତଥା ଲିଟେରାରୀ - ବିଭାସ ରଞ୍ଜନ ଦାସ, ଡ୍ରାମାଟିକ - ବିଭୁ ସୁନ୍ଦର ସାହୁ, ଆଥଲେଟିକ (ପୁରୁଷ)- ଭବାନୀ ଶଙ୍କର ନାଏକ ଓ ଆଥଲେଟିକ (ମହିଳା)- ଅଲିଶା ନାୟକ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି ଉତ୍ସବ ରେ ଛାତ୍ର କମିଟି ର ସଂଯୋଜକ ପ୍ରିତିଦୀପନ ମେଣ୍ଡିଲି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭୁ ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଡିନ୍, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପରାମର୍ଶ ଓ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ଭାବରେ ବାର୍ଷିକ ଉତ୍ସବ ପାଳନ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/27/eeb4a491-c2b0-46bc-98bf-9ce86020d643-2026-02-27-17-15-38.jpg)